ଉମରକୋଟ ଠାରେ କୃଷି ବିଭାଗ ଓ ବିହନ ବିକ୍ରେତା ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହନ୍ତସନ୍ତ………
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଚାଷ ପ୍ରାରମ୍ଭ ରେ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇ କିଛି ବିହନ ଓ ସାର ଦୋକାନ କୁ ସିଲ କରିଥିବା ଦେଖିବାକୁ ମିଳିଥିଲା!ଯାହାଫଳରେ ବ୍ୟବସାୟୀ ଙ୍କ ମନରେ କୁକୁଆ ଭୟ ଲାଗିରହିଥିଲା!କିନ୍ତୁ ଧୀରେ ଧୀରେ କିଛି କୃଷି ବିଭାଗୀୟ ଅଧିକାରୀ ଓ ବିହନ ଓ ସାର ଦୋକାନୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦିନ ଦହାଡେ ରାସ୍ତା ଉପରେ ଅଣସ୍ୱୀକୃତି ପ୍ରାପ୍ତ ମକା ଓ ଧାନ ବିହନ ଖୁଲମ ଖୁଲା ବିକ୍ରୟ କରୁଥିବା ଦେଖିବାକୁ ମିଳିଛି।ସେହିଭଳି କିଛି ଦୋକାନୀ ନିଜକୁ ସରକାରୀ ଦୋକାନ କହି ଅଣସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି।ଏବିଷୟରେ କୃଷି ବିଭାଗୀୟ ଅଧିକାରୀ ଙ୍କୁ ଜଣେଇଲେ ଆମେ କଣ କରିପାରିବୁ, ସରକାର ସେମାନଙ୍କୁ ଲାଇସେନ୍ସ ଦେଇଛି ସେମାନେ କଣ ବିକ୍ରୟ କରିବେ ଆମେ କଣ କହିବୁ ବୋଲି କହୁଛନ୍ତି।ଏହି ନବରଙ୍ଗୀ ତଥା ଓରମାସ ନାମକ ଦୋକାନ ଟି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଅଧିକାରୀଗୁଡା ନିକଟରେ ରହିଛି। ଉକ୍ତ ଦୋକାନ ରେ ଥିବା କର୍ମଚାରୀ ଆମକୁ ସରକାର ସ୍ୱୀକୃତି ଦେଇଛି ଏବଂ ଆମେ ସରକାରୀ ଦୋକାନ ଖୋଲିଛୁ ବୋଲି କହନ୍ତି।ସେପଟେ କୃଷି ବିଭାଗ ସ୍ୱୀକୃତି ପ୍ରାପ୍ତ ବିହନ ର କୌଣସି ତଥ୍ୟ ପ୍ରଦାନ କରିପାରୁନାହିଁ। ଏବଂ ଏହି ଦୋକାନ ର ମୁଖ୍ୟ ଅଫିସ ବ୍ଲକ ପରିସରରେ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କୃଷି ବିଭାଗ ଓ କିଛି ଦୋକାନୀ ଙ୍କ ମିଳିତ ମଧୁଚନ୍ଦ୍ରିକା ରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ବିଭାଗୀୟ ଅଧିକାରୀ ଓ ଦୋକାନୀ ବିହନ ବିକ୍ରୟ କରି ମାଲାମାଲ ହେଉଥିବା ବେଳେ ଯଦି ଚାଷୀ ର ଠିକ ପରିମାଣରେ ଅମଳ ନ ହୁଏ ତେବେ ଚାଷୀ ଆତ୍ମହତ୍ୟା ମଧ୍ୟ କରୁଥିବା ଦେଖିବାକୁ ମିଳିଛି ଏହାର ଦାୟୀ କିଏ ରହିବ?
