July 2, 2026

ମୋରଡା ଥାନା ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ..

IMG-20250622-WA0072
Share

 

ମୟୂରଭଞ୍ଜ– (ବିଭୂତି ରାଉତ୍ )

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଠାରେ ଲୋକଙ୍କୁ ସଚେତନ କରିବାପାଇଁ, ଆମ ପୋଲିସ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୋରଡା ଥାନା ଅଧିକାରୀ ଶ୍ରୀଯୁକ୍ତ ସୁମିତ କୁମାର ସୋରେନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ କି ଭୋଳି ଲୋକଙ୍କୁ ସଚେତନ କରା ଯାଇପାରିବ ସେ ନେଇ ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ । ତେବେ ଅଞ୍ଚଳରେ ହେଉଥ‌ିବା ଚୋରି ସହ ଅନ୍ୟାନ୍ୟ ଗତିବିଧି ଉପରେ ନଜର ଦେବା ସହ ଦରକାର ପଡ଼ିଲେ ତୁରନ୍ତ ପୋଲିସ ର ସହଯୋଗ ଲୋଡ଼ିବାକୁ ନିବେଦନ କରିଛନ୍ତି ଥାନା ଅଧିକାରୀ । ତେବେ ନିଶା ସେବନ କରି ଗାଡି ନ ଚଲାଇବା ସହ ଗ୍ରାମ ଗୁଡିକରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଗ୍ରାମରେ ଥ‌ିବା ୱାର୍ଡ ସଭ୍ୟଙ୍କୁ ଜଣାଇବା ପରେ ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଥାନାର ଦ୍ବାରସ୍ଥ ହେବାକୁ ଥାନା ଅଧିକାରୀ ପରାମର୍ଶ ଦେଇଛନ୍ତି ।

 

ଏତଦ୍ ବ୍ୟତୀତ ନିଶା ସେବନ କରି ଗାଡି ଚଳେଇବା ନିଜ ଅଞ୍ଚଳ ରେ କିଛି ଝଗଡ଼ା ହେଲେ ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ସହ ଆଲୋଚନା କରି ସମାଧାନ କରିବା କୁ ସୂଚନା ଦେଇଥିଲେ ପରେ ଉପସ୍ଥିତ ଥ‌ିବା ଲୋକେ ଥାନା ଅଧିକାରୀ ଙ୍କୁ ଧନ୍ୟ ବାଦ ଜଣାଇଥିଲେ । ଏଥି ସହିତ ଆମ ପୋଲିସ ସମିତିର ସଭାପତି ସୌରବ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ କରିଥିଲେ ।

You may have missed