August 17, 2026

ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ !!!

IMG-20260816-WA0049
Share

 

 

କୋଲନରା( ସଞ୍ଜୀବ କଣ୍ଡାଗରୀ ) କିଛି ଦିନ ହୋବ ଜ୍ବରରେ ପୀଡିତ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ର ମୃତ୍ୟୁ ଘଟିଛି। ମୃତ୍ୟୁ ଛାତ୍ର ଜଣକ ହେଲେ କୋଲନରା ବ୍ଲକ ବାଙ୍କିଲୀ ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଙ୍କିଲି ସେବାଶ୍ରମର ଛାତ୍ର ଝିସାୟା ପୁଆଲା। ଦୀର୍ଘ ଦିନ ହେବ ଝିସାୟା ଜ୍ବରରେ ପୀଡିତ ଥିଲେ। ଏନେଇ ପରିବାରକୁ ମୃତ୍ୟୁ ଛାତ୍ର ର ସାଙ୍ଗ ମାନେ ଜଣାଇବା ପରେ ବାପା ସୀତୁ ପୁଆଲା ଗତ ଶୁକ୍ରବାର ଦିନ ନିଜ ଗାଁ ରୁପୁଣି ନେଇଯାଇଥିଲେ। ତେବେ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ତାକୁ ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ମେଡିକାଲରେ ହିଁ ସେ ମୃତ୍ଯବରଣ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ମୋ ପୁଅର ମୃତ୍ଯୁ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ୍ୟୁ ଛାତ୍ର ଝିସାୟା ଙ୍କ ବାପାଅ ସୀତୁ ପୁଆଲା। ସେବାଶ୍ରମରେ ପୁଅକୁ ଉପଯୁକ୍ତ ଚିକିତ୍ସା ମିଳିଲାନାହିଁ ବୋଲି କହିବା ସହ ପୁଅର ମୃତ୍ଯୁ ଘଟିଲା ପରେ ବି ସ୍କୁଲ କର୍ତ୍ତୃପକ୍ଷ ଡାକ୍ତରଖାନାକୁ ଆସିଲେ ନି ବୋଲି ବାପା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଯାଏଁ ମୃତ୍ୟୁ ଦେହ ମେଡିକାଲରେ ଥିବା ବେଳେ ଥାନାରେ ମାମଲା ରୁଜୁ ପରେ ହିଁ ଶବ ବ୍ଯବଛେଦ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନି।