ଗୋପବନ୍ଧୁଉଚ୍ଚ ବିଦ୍ୟାଳୟରେ ମେଧାବି ବିଦ୍ୟାର୍ଥୀ ପୁରଷ୍କୃତ

ବେଗୁନିଆ ବ୍ଳକ ୧୬/୮(ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ଗୋପବନ୍ଧୁ ସରକାରି ଉଚ୍ଚବିଦ୍ୟାଳୟରେ ୮୦ତମ ସ୍ଵାଧୀନତା ପାଳନ ଅବସରରେ ପ୍ରାଧାନଶିକ୍ଷକ ପ୍ରମୋଦ ସ୍ଵାଇଁଙ୍କ ପୌରହିତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସମାଜସେବି ରାମ ମାନସ ପଣ୍ଡା ମୁଖ୍ୟଅତିଥି, ବେଗୁନିଆ ଗ୍ରାମ୍ୟ କମିଟିର ଅଧ୍ୟକ୍ଷ ମାୟାଧର ମାର୍ଥା, ପରିଚାଳନା ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ, ସମାଜସେବି ଭବାନିଶଙ୍କର ଜୟସିଂହ,ଉପାଧକ୍ଷରୀନା ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗଦେଇଥିଲେ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରା ସ୍ଵାଗତ ଭାଷଣ ଓ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଅତିଥି ପରିଚୟ ପ୍ରଦାନ କରିଥିଲେ ଉକ୍ତ ବିଦ୍ୟାଳୟର ୧୯୭୫ବ୍ୟାଚର ତରଫରୁ ଗତ ମାଟ୍ରିକ ପରିକ୍ଷାରେ ୧, ୨ ଓ ୩,ସ୍ଥାନ ଅଧିକର କରିଥିବାଛାତ୍ର ଛାତ୍ରି ଯଥାକ୍ରମେ ସୁରଜ ପ୍ରଧାନ, ରଶ୍ମିରଞ୍ଜନ ପଣ୍ଡା ଓ ଲକ୍ଷ୍ମୀପ୍ରିୟା ସ୍ଵାଇଁଙ୍କୁ ୧୯୯୯ ମସିହା ମାଟ୍ରିକ ବ୍ୟାଚ ତରଫରୁ ସୁରଜ ପ୍ରଧାନ,ରଶ୍ଳିରଞନ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା ଏନ୍ଆରଟିସ୍ ପ୍ରାପ୍ତ ଛାତ୍ର ପୂର୍ଣ୍ଣସିତ ବଳିଆରସିଂହ ଏନ୍ଏମଏସ୍ଏସ୍ ପରିକ୍ଷାରେ ଯୋଗ୍ୟ ବିବେଚିତ ଛାତ୍ରୀ ଶ୍ରୀୟା ପ୍ରିୟଦର୍ଶନି, ଜ୍ୟୋତିର୍ମୟି ସାହୁ, ଛାତ୍ର ସ୍ତୃତି ରଞ୍ଜନ ପଣ୍ଡା, ସମ୍ବିତ ଜେନା ଏବଂ ଆରେନ୍ କୁମାରଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯାଇ ଥିଲା ଉକ୍ତ ଉତ୍ସବରେ ୧୯୯୯ ମାଟ୍ରିକ ବ୍ୟାଚ୍ ଓ ୧୯୭୫ମାଟ୍ରିକ ବ୍ୟାଚ୍ ବିଦ୍ୟାର୍ଥୀ ଶିକ୍ଷୟତ୍ରୀ ମୋହିନି କାନ୍ତି ଦାସ, ଆଶା ମୁର୍ମୁ, ସୁନିତା ପୃଷ୍ଟି, ରିସ୍କାରସ୍ମି ପାଇକରାୟ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ହିମାଂସୁ ଭୂଷଣ ସ୍ବାଇଁସହଯୋଗ କରିଥିଲେ ଶିକ୍ଷକ ପ୍ରଭାତ ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ
