August 17, 2026

ଖୋର୍ଦ୍ଧାରେ ବିଜେପିର ମହମବତୀ ଶୋଭାଯାତ୍ରା..

IMG-20260816-WA0078
Share

 

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର) ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ତରଫରୁ ଖୋର୍ଦ୍ଧା ଜୟ ରାଜଗୁରୁ ଭବନଠାରୁ ଏକ ମହମବତୀ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଶତାଧିକ ମହିଳାଙ୍କ ସମେତ ବିଜେପିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।ଜିଲ୍ଲା ସଭାପତି ଲୁଲୁ ବଡ଼ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ଦୀପୁ ହୋତା, ବାସୁଦେବ ସାହୁ, କସ୍ତୁରୀ ପାଣିଗ୍ରାହୀ, ସୁମିତ୍ରା ପ୍ରଧାନ, ଜ୍ୟୋତ୍ସ୍ନା ମହାନ୍ତି, ଉମାକାନ୍ତ ପଟ୍ଟନାୟକ, ସତୀଶ ଶର୍ମା, ଦେବ ଆଚାର୍ଯ୍ୟ ଓ ଜ୍ୟୋତ୍ସ୍ନା ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ‘ବନ୍ଦେ ମାତରମ୍’କୁ ନେଇ ବିରୋଧୀ ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଭିମୁଖ୍ୟକୁ ବିଜେପି ନେତା ଓ କର୍ମୀମାନେ ତୀବ୍ର ସମାଲୋଚନା କରିଥିଲେ। ଦେଶପ୍ରେମ ଓ ଜାତୀୟତାବାଦର ବାର୍ତ୍ତା ଦେଇ ଶୋଭାଯାତ୍ରାରେ ‘ବନ୍ଦେ ମାତରମ୍’ ଧ୍ୱନି ଦିଆଯାଇଥିଲା।