ଉମରକୋଟ ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଆଉ ୮ ଗିରଫ, ଗିରଫ ସଂଖ୍ୟା ବୃଦ୍ଧି ପାଇ ହେଲା ୧୧…..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ଜଳଛାୟା ପ୍ରକଳ୍ପର ଉମରକୋଟ ସହର ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖା ରୁ ୨୩ ଲକ୍ଷ ଟଙ୍କା ହଡପ ଘଟଣାରେ ଏହାର ମୂଖ୍ୟ ମାଷ୍ଟର ମାଇଣ୍ଡ ବିଜୟ କୁମାର ପରିଡ଼ା ଓରଫ୍ ଶ୍ରୀଧର ବେହେରା ଗିରଫ ହେଇ ଜେଲ ଯିବା ପରେ ଆଉ ୨ ଜଣଙ୍କୁ ଗିରଫ କରିଥିଲା ଉମରକୋଟ ପୋଲିସ । ଆଜି ପୋଲିସ ୮ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ଗିରଫ ସଂଖ୍ୟା ୧୧ କୁ ବୃଦ୍ଧି ପାଇଲା। ଆଜି ଗିରଫ ବ୍ୟକ୍ତି ମାନେ ହେଲେ ଝରିଗାଁ ଥାନା ଅନ୍ତର୍ଗତ ମହଣ୍ଡି ଗ୍ରାମ ର ରାମଧର ଭତ୍ରା ୫୩ ବର୍ଷ, କର୍ମରି ଗ୍ରାମ ର ପୂର୍ଯେଣ୍ଣ ଚନ୍ଦ୍ର ଗଣ୍ଡ, ବୟସ ୫୨, ଚିକିଲି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଜ।ନି ବୟସ ୫୯, ଚିକିଲୀ ଗ୍ରାମର ନନ୍ଦ ଜ।ନି, ବୟସ ୫୫, କଲେଗାଁ ଗ୍ରାମର ଚମର। ପ୍ରଧ।ନୀ ବୟସ ୪୦, କଲେଗାଁ ଗ୍ରାମର ତିରୁପତି ମାଝି , ବୟସ ୫୦, କଲେଗାଁ ଗ୍ରାମର ଗୋପବନ୍ଧୁ ମାଝୀ , ବୟସ ୫୫ ଓ କଲେଗା ଗ୍ରାମର ଆଶାରାମ ଗଣ୍ଡ ବୟସ ୭୫ ବର୍ଷ । ଗିରଫ ସମସ୍ତ ବ୍ୟକ୍ତିଙ୍କ ଘର ଝରିଗାଁ ଥାନାରେ ଆସୁଥିବା ବେଳେ ସମସ୍ତେ
ଜଳଛାୟା ପ୍ରକଳ୍ପର ସଭ୍ୟ ଥିବା ଜଣାପଡ଼ିଛି। ଉଲ୍ଲେଖ ଯୋଗ୍ୟ ଏହି କି ଯେ ଦୀର୍ଘ ବର୍ଷ ଧରି ଝରିଗାଁ ଜଳଛାୟା ପ୍ରକଳ୍ପର ଟଙ୍କା ଉମରକୋଟ
ୟୁନିୟନ ବ୍ୟାଙ୍କ ରେ ଜମା ହେଇଥିଲା। ଦୀର୍ଘ ବର୍ଷ ଧରି ଏହି ପ୍ରକଳ୍ପ ବନ୍ଧ ହେଇ ଯାଇଥିଲା। ଏହାର ଫାଇଦା ନେଇ ଥିଲା ବିଜୟ କୁମାର ପରିଡ଼ା। ବିଜୟ ଏଥି ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଜଳଛାୟା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ତେଣୁ ସେ ପ୍ରକଳ୍ପ ରେ ଟଙ୍କା ଜମା ଥିବା ଭଲ ଭାବରେ ଅବଗତ ଥିଲେ। ତେବେ ଝରିଗାଁ ଜଳ ଛାୟା ପ୍ରକଳ୍ପର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ଵ ହିନତା ଯୋଗୁ ବିଜୟ ବ୍ୟାଙ୍କ ରୁ ୨୩ ଲକ୍ଷ ଟଙ୍କା ଜାଲିଆତି କରି ହଡପ କରିବାରେ ସଫଳ ହେଇଥିଲେ।
ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏ ଓ କନେଷ୍ଟବଳ ନରେନ୍ଦ୍ର ନାୟକ ଓ ପୋଲିସ ଫର୍ସ ଝରିଗାଁ ଥାନା କର୍ମଚାରୀ ଙ୍କ ସହାୟତାରେ ବିଳମ୍ୱିତ ରାତିରେ ଏହି ସବୁ ଗ୍ରାମ ଉପରେ ଚଡାଉ କରି ଗିରଫ କରିଛନ୍ତି।
