ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଡରଙ୍ଗା, ଠାରେ ପୂର୍ବ ପ୍ରସ୍ତୁତି ଅଭ୍ଯାସ

କୋରାପୁଟ ଜିଲ୍ଲା କୋଟପାଡ଼ : କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ସମରଥଙ୍କ ଅଧ୍ୟକ୍ଷତାରେ ସଡରଙ୍ଗା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବା ଦିଗରେ ସ୍ଥାନୀୟ ଦକ୍ଷତାର ସମୀକ୍ଷା ଓ ପୂର୍ବ ପ୍ରସ୍ତୁତି ନିମିତ୍ତ ମକ ଡ୍ରିଲ ଅନୁଷ୍ଠିତ ହୋଇଛି l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତିକୁ ସଦା ସର୍ବଦା ସଜାଗ ରହିବା ପାଇଁ ଓଡ୍ରାଫ ଟିମ ଦ୍ୱାରା ପାଣିସୁଅରୁ ଜୀବନ ଉଦ୍ଧାର, ସାପ କାମୁଡା, ନିଆଁ ଦାଉରୁ ରକ୍ଷା, ବନ୍ୟା, ବାତ୍ୟା, ବଜ୍ରପାତ, ଅଂଶୁଘାତ ଆଦିରୁ ବଂଚିବାର କଳା କୌଶଳ ତଥା ବାତ୍ୟା ଆଶ୍ରୟସ୍ଥଳୀ ରେ ଥିବା ବିଭିନ୍ନ ଯନ୍ତ୍ରପାତି, ସରଞ୍ଜାମ ର ବ୍ୟବହାର ପ୍ରଣାଳୀ ପ୍ରଦର୍ଶନ କରା ଯାଇଥିଲା l ଏହି କାଯ୍ୟକ୍ରମରେ ବ୍ଲକ ର ସ୍ୱାସ୍ଥ୍ୟ ଅଧିକାରୀ, ସିଡ଼ିପିଓ ସୁମିତ୍ରା ଦେବୀ ତ୍ରିପାଠୀ , ଜି ପିଇଓ ସୁଧାଂଶୁ ରଥ ,ରଂଜିତା ନାୟକ, ପିଇଓ ଅଜିତ କୁମାର ନାୟକ,ଗଣେଶ କୁଲଦୀପ, ରଶ୍ମିତା ଦାସ, ମୁରଲୀ ପଟନାୟକ, କନିଷ୍ଠ ସହାୟକ ମମତା ଭତ୍ରା, ଙ୍କ ସମେତ ଅଗ୍ନିସମ ବିଭବ ସିଆରପି, ଏମବିକେ, ଅଙ୍ଗନବାଡି, ଆଶା, ୱାର୍ଡ ମେମ୍ବର ତଥା ଅନ୍ୟାନ୍ୟ ବ୍ଲକ ଏବଂ ପଂଚାୟତ ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସି. ଏସ. ଏନ. ଆର ର କର୍ମ କର୍ତ୍ତା ଉପସ୍ଥିତ ଥିଲେ l ଆଗାମୀ ଦିନରେ ଗ୍ରାମ ସ୍ତରୀୟ ବିପର୍ଯୟ ପରିଚାଳନା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟକ ବିଭାଗ ସହ ସମନ୍ନୟ ରଖିବା, ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଯନ୍ତ୍ରପାତି, ସରଞ୍ଜାମକୁ ସାଇତି ରଖି ଆବଶ୍ୟକ ସମୟରେ କାର୍ଯ୍ୟରେ ଲଗାଇ ବିପର୍ଯୟରେ ହେଉଥିବା ଜୀବନ, ଧନ, ଗୃହପାଳିତ ପଶୁ, ଫସଲ ଇତ୍ୟାଦି ର ସୁରକ୍ଷା କରିବା ପାଇଁ ଆଲୋଚନା କରାଗଲା l କାର୍ଯ୍ୟକ୍ରମକୁ ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ଏବଂ ସମ୍ପାଦକ ସୁଚାରୁରୂପେ ପରିଚାଳନା କରିଥିଲେ l ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗ (OSDMA) କଂସଲଟାଣ୍ଟ, ଶ୍ରୀ ମେଘନାଦ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ବିଭାଗୀୟ ସମନ୍ଵୟ, ପୂର୍ବ ପ୍ରସ୍ତୁତି, ବିକାଶ ଯୋଜନାରେ ବିପର୍ଯୟ ପରିଚାଳନା ନିମିତ୍ତ ପଦକ୍ଷେପକୁ ସାମିଲ କରିବା ସମ୍ପର୍କରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର
