April 26, 2026

ଅବକାରୀ ବିଭାଗ ନେଲେ ସଂକଳ୍ପ:ନିଶା ନୁହେଁ ଜୀବନ, ରକ୍ତଦାନ ପାଇଁ ଦେଖାଇଲେ ବାଟ 

IMG-20250619-WA0034
Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ନିଶା ମୁକ୍ତ ଜୀବନ ପାଇଁ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚାଲିଛି ବ୍ୟାପକ ସଚେତନତା। ଆମ ସଂକଳ୍ପ ନିଶା ନୁହେଁ ଜୀବନ ସ୍ଲୋଗାନ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସର ରେ ବିଭାଗ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରକୁ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଅଶୋକ ଦାଶ ଓ ଜିଲ୍ଲା ଅବକାରୀ ଅଧିକାରୀ ଅଶୋକ ସେଠ୍ ମିଳିତ ଭାବେ ଉଦଘାଟନ କରିଥିଲେ. ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା