April 26, 2026

ଉମରକୋଟ ର ଉବେଦାଙ୍କୁ ହିଙ୍ଗୋରା ରୌପ୍ୟ ପଦକ ହାସଲ ୟୁଟ୍ୟୁବରେ ଶିକ୍ଷା ଗ୍ରହଣ କରି ହେଲେ ଜାତିୟ ସ୍ତରର କ୍ରୀଡାବିତ  କିକ୍ ବକ୍ସିଂରେ ସଫଳତା……..

IMG-20250619-WA0032
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟର ଜଣେ ୧୭ ବର୍ଷର ଯୁବକ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଶା ର ସୁନାମ ଅର୍ଜନ କରିଛନ୍ତି। ଯୁବକ ଙ୍କ ନା ହେଲା ମହମ୍ମଦ ଉବେଦ ହିଙ୍ଗୋରା। ହରିଆନାର ରତକ ଠାରେ ଥିବା ଏମ ଡି ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ

୬ଷ୍ଠ ଜାତିୟ ସ୍ତର କିକ ବକ୍ସିଂ (ମଇଥାଇ) ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହେଇଛନ୍ତି। ୨୩ ବର୍ଷରୁ କମ ବୟସ୍କ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷ ରୁ ୮୦୦ ରୁ ଉର୍ଦ୍ଧ୍ବ କ୍ରୀଡ଼ା ବିତ ଅଂଶ ଗ୍ରହଣ କରିଥିଲେ।ଓଡ଼ିଶାରୁ ମୋଟ ୧୭ ଜଣ କ୍ରୀଡା ବିତ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାରୁ ୫ ଜଣ କ୍ରୀଡାବିତ ରୌପ୍ୟ ପଦକ ହାସଲ କରିଥିଲେ ସେମାନଙ୍କ ମଧ୍ୟରୁ ଉବେଦ ଅନ୍ୟତମ। ଉବେଦ ବର୍ତମାନ ଉମରକୋଟ ଗୁରୁକୃପା ପବ୍ଲିକ ସ୍କୁଲରେ ଯୁକ୍ତ ୨ ରେ ପାଠ ପଡୁଥିଲେ। ସେ ଯଦି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇ ପାରିଥାଆନ୍ତେ ବୋଲି କୁହନ୍ତି ଉବେଦ। ସେ ଆଗମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ସ୍ଵର୍ଣ୍ଣ ପଦକ ହାସଲ କରି ଆନ୍ତର୍ଜାତିକ ସ୍ତରରେ ଅଂଶ ଗ୍ରହଣ କରିବା ମୋ ଲକ୍ଷ ବୋଲି କହିଛନ୍ତି ଉବେଦ। ଯେହେତୁ ଉମରକୋଟ ଠାରେ କୀକ୍ ବକ୍ସିଂ ରେ କେହି କୋଚ ନାହାନ୍ତି ସେ ନିଜ ମୋବାଇଲ ର ୟୁଟ୍ୟୁବ ରେ ଶିକ୍ଷା ଗ୍ରହଣ କରି ଆଜି ସେ ଜଣେ ଆଜି ଜାତୀୟ ସ୍ତର ରେ ଜଣେ କ୍ରୀଡାବିତ ହେବାରେ ସଫଳ ହେଇଛନ୍ତି। ଉବେଦଙ୍କୁ ଯଦି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଡେଇ ଥାଆନ୍ତା ତେବେ ସେ ଆହୁରି ଅଧିକ ଉଚ୍ଚ ସ୍ଥାନକୁ ଯାଇ ଓଡ଼ିଶାର ସୁନାମ ଅର୍ଜନ କରିଥାନ୍ତେ। ଏଥି ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପକାଇବା ପାଇଁ ସଧାରଣ ରେ ଦାବି ହେଉଛି। ଉବେଦଙ୍କ ଏହି ସଫଳତା ପରେ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।