April 29, 2026

ଉମରକୋଟ ଠାରେ ବ୍ଳକ ଓ ପୌର ପରିଷଦର ମିଳିତରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ………

IMG-20250619-WA0030
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଳକ ସଭାଗୃହ ଠାରେ ବ୍ଳକ ଓ ପୌର ପରିଷଦର ର ମିଳିତ ଆନୁକୁଲ୍ୟରେ ଟେବୁଲ ଟପ ଏକ୍ସ ରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିପିଓ ପାଣ୍ଡିଆ ପାପୁଲୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ଗର୍ଭବତୀ ଏବଂ ଶିଶୁଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ସେମାନଙ୍କର ସଠିକ ଯତ୍ନ ନିଆଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ତହସିଲଦାର ମେଘବାନ ବାଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ, ପୈାର ପରିଷଦ ପକ୍ଷରୁ ଡମ୍ବରୁଧର ମାଝୀ,ଓ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଓ ଉମରକୋଟ ପୈାର ପରିଷଦ ବାତ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ କୁନାସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିପିଓ ପାଣ୍ଡିଆ ପାପୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed