April 25, 2026

ନିଜ ଦେଶ କୁ ଚାହିଁ ରହିଛନ୍ତି ତିବତୀୟ ଶରଣାର୍ଥୀ, କିଭଳି ଜୀବନ ଜୀବିକା ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ସହ ଭାଇ ଚାରା ନେଇ ଚଳୁଛନ୍ତି ତିବତିୟ ଶରଣାର୍ଥୀ—-

IMG-20250530-WA0027
Share

୧୯୫୯ ମସିହା ରେ ତିବତ ଦେଶ ଉପରେ ଆକ୍ରମଣ କରିଥିଲା ଚିନ। ଆକ୍ରମଣ ପରେ ଭାରତର କିଛି ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ରେ ରହି ଆସୁଥିଲେ ତିବତୀୟ ମାନେ। ଚିନ ର ଆକ୍ରମଣ ଫଳରେ ସେମାନଙ୍କ ରହିବା କଷ୍ଟଦାୟକ ହୋଇ ପଡ଼ିଥିଲା। ପରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମିଳିତ ଭାବେ ଓଡିଶାର ଚନ୍ଦ୍ରଗିରି ଠାରେ ପାଖା ପାଖି ୫୦୦ ପରିବାର ତିବତିୟ ଙ୍କୁ ଥଇଥାନ କରି ଶରଣାର୍ଥୀ ଭାବେ ରଖିଥିଲେ । ତେବେ ନିଜ ଦେଶ ଛାଡ଼ି ୬୨ ବର୍ଷ ବିତିଯାଇଥିଲେ ମଧ୍ୟ କିଭଳି ଭାବେ ଜୀବନ ଓ ଜୀବିକା ନିର୍ବାହ କରୁଛନ୍ତି।ଦୀର୍ଘ ୬ ଦଶନ୍ଧି ବିତିଯାଇଥିଲେ ମଧ୍ୟ ନିଜ ଭିଟ୍ଟା ମାଟିକୁ ଯିବା ପାଇଁ ଏବେ ମଧ୍ୟ ଆଶା ରଖିଛନ୍ତି ତିବତିୟ ଶରଣାର୍ଥୀ ମାନେ। ପୀଢ଼ି ପରେ ପିଢ଼ି ବଦଳିବା ସହ ତିବତିୟ ମାନେ ଚନ୍ଦ୍ରଗିର ଅଞ୍ଚଳ ର ପାଣି ପବନ ସହ ଖାପ ଖୁଆଇ ଚଳି ଆସୁଛନ୍ତି। ଅଞ୍ଚଳ ରେ ମକା ଚାଷ ଓ ଶୀତ ବସ୍ତ୍ର ବ୍ୟବସାୟ କରି ନିଜର ଓ ଅଞ୍ଚଳର ଆର୍ଥିକ ବିକାଶ ରେ ଏକ ସ୍ବତନ୍ତ୍ର ଯୋଗଦାନ ମଧ୍ୟ ରହିଛି। ଏଭଳିକି ତିବତୀୟନ୍ ଶରଣାର୍ଥୀ ମାନଙ୍କ ପାଇଁ ମୋହନା ବ୍ଲକ ଜିରାଙ୍ଗ ଠାରେ ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ବୌଦ୍ଧ ମନ୍ଦିର ୨୦୦୯ ମସିହାରେ ତିବତୀୟ ଧର୍ମଗୁରୁ ଦଲାଇଲାମା ଉଦଘାଟନ କରିଥଲେ। ଯାହା ଫଳରେ ବର୍ଷ ସାରା ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଙ୍କ ଏହି ବୌଦ୍ଧ ମନ୍ଦିର କୁ ସୁଅ ଛୁଟିବା ସହ ଗଜପତି ଜିଲ୍ଲାର ପାହାଡ଼ିଆ ପର୍ବତ ସେମାନଙ୍କୁ ସୋନ୍ଦର୍ଯ୍ୟ ରେ ଦ୍ଵିଗୁଣିତ ଆକୃଷ୍ଟ କରୁଛି । ତିବତିୟ ମାନେ ଭାରତର ପୂର୍ବାଞ୍ଚଳ ର ବିଭିନ୍ନ ରାଜ୍ୟରେ ଚିନ ର ଆକ୍ରମଣ ପରେ ୧୯୫୯ ମସିହା ମାର୍ଚ୍ଚ ୧୨ ତାରିଖ ଠାରୁ ରହି ଆସୁଥିଲେ। ପରେ ୧୯୬୩ ମସିହା ରୁ ୧୯୬୭ ମସିହା ପର୍ଯ୍ୟନ୍ତ ତିବତୀୟ ଙ୍କୁ ଶରଣାର୍ଥୀ ଭାବେ ଓଡ଼ଶା ର ମହେନ୍ଦ୍ରଗଡ ଓ ଚନ୍ଦ୍ରଗିରି ଅଞ୍ଚଳର ୫ ଟି କେମ୍ପ ରେ ରଖା ଯାଇଥିଲା। ପରେ କୁଲି ମୂଲ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ପରେ ଭାରତ ସରକାର ଓ ଓଡ଼ିଶା ସରକାର ଙ୍କ ପକ୍ଷରୁ ୨୮୫୯ ଏକର ଜମି ଶରଣାର୍ଥୀ ଙ୍କୁ ଦିଆଯାଇଥିଲା। ସେହି ଜମିରେ ବର୍ତ୍ତମାନ ପର୍ୟ୍ୟନ୍ତ ଗୃହ ନିର୍ମାଣ କରି ରହିବା ସହ ଜଙ୍ଗଲ ସଫା କରି ମକା ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ଯାହାକୁ ନେଇ ତିବତୀୟ ଶରଣାର୍ଥୀ ମାନେ ବେଶ୍ ଉତ୍ସାହିତ ହୋଇ ଜିବନ ଓ ଜୀବିକା ନିର୍ବାହ କରି ଆସୁଛନ୍ତି।ଓଡ଼ିଆ ମାନଙ୍କ ଶୈଳୀ ସହିତ ତିବତୀୟ ଙ୍କ ପୂଜା ଶୈଳୀ ପ୍ରାୟ ସମାନ ରହିଥିବା ହେତୁ ଏହି ଅଞ୍ଚଳ ର ଓଡ଼ିଆ ଓ ତିବତୀୟ ମାନେ ଉଭୟଙ୍କ ପର୍ବ ପର୍ବାଣୀ ରେ ମିଳିତ ଭାବେ ଉପସ୍ଥିତ ରହି ପାଳନ କରିଥାନ୍ତି। ଯାହା ଫଳରେ ଓଡ଼ିଆ ଓ ତିବତୀୟ ଙ୍କ ମଧ୍ୟରେ ଭାଇଚାରା ର ସମ୍ପର୍କ ଅତି ନିବିଡ଼ ଭାବେ ରହି ଅଛି। ଏଠାକାର ବିଭିନ୍ନ ହିନ୍ଦୁ ସଂଗଠନ ର ଅଧିକାରୀ ମାନଙ୍କୁ ତିବତିୟନ ମାନେ ଅତିଥି କରି ଡ଼ାକିଥାନ୍ତି ଓ ଓଡିଆ ମାନେ ତିବତୀୟନ୍ ଲାମା ମାନଙ୍କୁ ଡାକି ଅତିଥି ସତ୍କାର କରିଥାନ୍ତି। ଦିର୍ଘ ୬୨ ବର୍ଷ ବିତିଯାଇଥିଲେ ମଧ୍ୟ ନିଜ ଦେଶ କୁ ଏବେ ମଧ୍ୟ ମନେ ପକାଉଛନ୍ତି ତିବତୀୟ ମାନେ। ଚିନ ର ଆକ୍ରମଣ ପରେ ତିନି ରୁ ଚାରିମାସ ଲାଗିଥିଲା ଭାରତ ଆସିବା ପାଇଁ। ଯାହାକୁ ନେଇ ଜୀବନ ବଞ୍ଚାଇ ଦୁଖ ଓ କଷ୍ଟ ରେ ନିଜ ଦେଶ ଓ ନିଜ ସମ୍ପର୍କୀୟ ଙ୍କୁ ଛାଡି ଚାଲି ଆସିଥିଲେ। ତିବତ ଦେଶକୁ ଯଦି ଚିନ ମୂକ୍ତ କରିବ ତା ହେଲେ ପୁନର୍ବାର ନିଜ ଦେଶ ଭିଟା ମାଟିକୁ ଫେରିବା ନେଇ ଆଶା ରଖିଛନ୍ତି।ଅନ୍ୟପଟେ ଓଡ଼ିଶା ସରକାର ଙ୍କ ତରଫରୁ ଭୋଟର କାର୍ଡ, ଆଧାର କାର୍ଡ, ରାସନ୍ କାର୍ଡ, ଭତ୍ତା ଟଙ୍କା ଭଳି ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆ ଯାଉଛି।

You may have missed