April 25, 2026

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ପେଟଗୁଡା ଜଙ୍ଗଲରେ କୋରାପୁଟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଧରାପଡ଼ିଛି ହାଡକୋର୍ ମାଓବ।ଦୀ କୁଞ୍ଜମ୍ ହିଡମା ଓରୋଫ ମୋନଜ

IMG-20250530-WA0028
Share

କୋରାପୁଟ ୩୦/୦୫/୨୫ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ପେଟଗୁଡା ଜଙ୍ଗଲରେ କୋରାପୁଟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଧରାପଡ଼ିଛି ହାଡକୋର୍ ମାଓବ।ଦୀ କୁଞ୍ଜମ୍ ହିଡମା ଓରୋଫ ମୋନଜ। ଗିରୋଫ ହୋଇଥିବା ମାଓବାଦୀ ମୋଷ୍ଟ ୱାଣ୍ଟେଡ ହଡକୋର ମାଓବାଦୀ ଜଣକ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ତାଙ୍କୁ ଧରିବାପାଇଁ ୪ ଲକ୍ଷ୍ୟ ଟଙ୍କାର ପୁରସ୍କାର ରହିଥିଲା। ଛତିଶଗଡ ସରକାର ୮ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସେ ଛତିଶଗଡ ଓ ଓଡିଶାରେ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା। କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ଼ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା ବୋଲି ଏସପି ସୂଚନା ଦେଇଛନ୍ତି। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ସେ ମାଓ ସଙ୍ଗଠନ ରେ ସାମିଲ ହୋଇ ଥିଲା। ତା ନିକଟରୁ ଏକ ୪୭ ବନ୍ଧୁକ, ୩୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟାଏ ମାଗାଜିନ୍, ୨୭ଟି ଡ୍ଡିଟନେଟର,୯୦ ଗୋଟି ତାର ବିହୀନ ଡିଟନିଟର, ଗନ ପାଉଡର ୨ କିଲୋ, ୨ଟି ଷ୍ଟିଲ ଟିଫିନ୍ ବକ୍ସ, ଦୁଇଟି ରେଡ଼ିଓ, ୨ ଟି ୟାର ଫୋନ, ଗୋଟାଏ ୱାକିଟୋକି,ଦୁଇଟି ଛୁରୀ, ଚାରୋଟି ଟର୍ଚ୍ଚ ଲାଇଟ୍, ମାଓ ପୁସ୍ତକ,ମେଡିସିନ, ପୋଷାକ, ଆଦି ମାଓ ସାମଗ୍ରୀ ଜବତ କରାଯାଇଛି।

You may have missed