ପ୍ରେମ ଜାଲରେ ଫସିଗଲା ତୁଫୈଲ, ବନିଗଲା ଗଜବା-ଏ-ହିନ୍ଦ୍ର ସିପାହୀ

ଭୁବନେଶ୍ୱର ( ଦେବାଶିଷ ଦାଶ )
ୟୁପି ଏସଟିଏଫ ହାତରେ ଏମିତି ଏକ ଗୁପ୍ତଚର ଲାଗିଛି ଯିଏ କେବଳ ପାକିସ୍ତାନ ମହିଳା ଏଜେଣ୍ଟଙ୍କ ପ୍ରେମ ଜାଲରେ ଫସିନଥିଲେ ବରଂ ଭାରତ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ଅଭିଯୁକ୍ତର ନାଁ ହେଉଛି ମହମ୍ମଦ ତୁଫୈଲ ।
ଦେଶରେ ଗୋଟିଏ ପରେ ଗୋଟିଏ ଗୁପ୍ତଚରଙ୍କ ଗୁମର ଖୋଲୁଛି । ଜ୍ୟୋତିଙ୍କ ପରେ ଭାରତର ବିଭିନ୍ନ ସ୍ଥାନରୁ ୧୫ରୁ ଅଧିକ ଗୁପ୍ତଚରଙ୍କୁ ଗିରଫ କରିସାରିଲେଣା ସୁରକ୍ଷା ଏଜେନ୍ସି । କେବଳ ଏତିକି ନୁହେଁ ପଚରାଉଚରା ବେଳେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ବି ସାମ୍ନାକୁ ଆସିଛି । ତେବେ ଏହି ସବୁ ଖବର ଭିତରେ ଆଉ ଏକ ଗୁପ୍ତଚରର ଖବର ବି ସାମ୍ନାକୁ ଆସି ସମସ୍ତଙ୍କୁ ଚକିତ କରିଦେଇଛି । ଯାହାର ତଥ୍ୟ ସୁରକ୍ଷା ଏଜେନ୍ସିଙ୍କୁ
ଚମକାଇଦେଇଛି ।
ଏହି ଘଟଣା ବାରାଣାସୀରୁ ସାମ୍ନାକୁ ଆସିଛି । ୟୁପି ଏସଟିଏଫ ହାତରେ ଏମିତି ଏକ ଗୁପ୍ତଚର ଲାଗିଛି ଯିଏ କେବଳ ପାକିସ୍ତାନ ମହିଳା ଏଜେଣ୍ଟଙ୍କ ପ୍ରେମ ଜାଲରେ ଫସିନଥିଲେ ବରଂ ଭାରତ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ଅଭିଯୁକ୍ତର ନାଁ ହେଉଛି ମହମ୍ମଦ ତୁଫୈଲ । ଯିଏ ସୋସିଆଲମିଡିଆ ଜରିଆରେ ପାକିସ୍ତାନର ଜଣେ ମହିଳା ନଫିସାଙ୍କ ସମ୍ପର୍କରେ ଆସିଥିଲେ । ଆଉ ନଫିସା ନିଜକୁ ଜଣେ ସାଧାରଣ ମହିଳା ବୋଲି
କହୁଥିଲେ ।
ହେଲେ ପ୍ରକୃତରେ ନଫିସା ଆଇଏସଆଇର ଜଣେ ବରିଷ୍ଠ ହ୍ୟାଣ୍ଡଲର ଥିଲେ । ନଫିସା ତୁଫୈଲକୁ ତାଙ୍କ ହନିଟ୍ରାପରେ ଏପରି ଫସାଇ ଦେଇଥିଲେ ଯେ ସେ ପ୍ରତିଦିନ ତାଙ୍କୁ ଭାରତର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ବିଷୟରେ ଫଟୋ, ଭିଡିଓ ଏବଂ ସୂଚନା ପଠାଇବା ଆରମ୍ଭ
କରିଥିଲେ । ନଫିସାଙ୍କ ଅନୁରୋଧରେ, ତୁଫୈଲ ତାଙ୍କ ମୋବାଇଲର ଜିପିଏସ ଲୋକେସନ୍ ସର୍ବଦା ଚାଲୁ ରଖିବା ଆରମ୍ଭ କରିଥିଲେ । ସେ ଯେଉଁଠାକୁ ଯାଉଥିଲେ, ସେଠାକାର ଫଟୋ ଏବଂ ଭିଡିଓ ପଠାଇ ଚାଲିଥିଲେ ।
ନଫିସା ତାଙ୍କୁ କହୁଥିଲେ, “ମୁଁ ତୁମକୁ ଦିନକୁ ଯେତେ ଥର ଦେଖିଲେ ମଧ୍ୟ କେବେବି ମୋ ମନ ପୂରେ ନାହିଁ । ତୁମେ ଯେଉଁଠାକୁ ଯାଅ, ତୁମର ଫଟୋ ମୋତେ ପଠାଅ ।” ପ୍ରେମ ଏବଂ ବିଶ୍ୱାସଘାତର ଏହି ଷଡ଼୍ଯନ୍ତ୍ରରେ, ତୁଫୈଲ ଧୀରେ ଧୀରେ କେବଳ ଜଣେ ଗୁପ୍ତଚର ନୁହେଁ ବରଂ ଆତଙ୍କୀ ମାନସିକତାର ଶିକାର ମଧ୍ୟ ହୋଇଗଲା । ପୁଲିସ ତଦନ୍ତରୁ ଜଣାପଡିଛି ଯେ ତୁଫୈଲ ନିଜକୁ ‘ଗଜୱା-ଏ-ହିନ୍ଦ୍’ ଏବଂ ‘ହଦିସ’ ପାଇଁ ଲଢ଼ୁଥିବା ଜଣେ ସୈନିକ ବୋଲି କହୁଥିଲେ ।
ତାଙ୍କର ଚିନ୍ତାଧାରା ଉଗ୍ରବାଦ ଦ୍ୱାରା ଏତେ ବିଷାକ୍ତ ହୋଇଯାଇଥିଲା ଯେ ସେ ଏହି ଆନ୍ଦୋଳନରେ ଯୁବପିଢ଼ିଙ୍କୁ ମଧ୍ୟ ସାମିଲ କରିବା ଆରମ୍ଭ କରିଥିଲେ । ତାଙ୍କ ଫୋନରୁ ପ୍ରାୟ ୮୦୦ ପାକିସ୍ତାନୀ ନମ୍ବର ମିଳିଥିଲା ଏବଂ ସେ ୧୯ଟି ହ୍ୱାଟସଆପ ଗ୍ରୁପ୍ ଚଲାଉଥିଲେ । ବାରଣାସୀ ଏବଂ ଆଜମଗଡ଼ର ଯୁବକମାନେ ଏହି ଗୋଷ୍ଠୀଗୁଡ଼ିକ ସହିତ ଜଡିତ ଥିଲେ, ଯେଉଁମାନଙ୍କୁ ସେ ପ୍ରାୟତଃ ପାକିସ୍ତାନୀ ମୌଲାନା ସାଦରଙ୍କ ଭିଡିଓ ପଠାଇ ଉସୁକାଉଥିଲେ ।
ଫୈସଲାବାଦର ନଫିସା, ଯାହାଙ୍କ ସହିତ ତୁଫୈଲ କଥା ହେଉଥିଲେ, ତାଙ୍କୁ ବାରମ୍ବାର ଦିଲ୍ଲୀ, ବାରାଣସୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଭିଡିଓ ପଠାଇବାକୁ କହୁଥିଲେ । ଏହି ବାହାନାରେ, ଆଇଏସଆଇ ଭାରତର ଅନେକ ସମ୍ବେଦନଶୀଳ ଅଞ୍ଚଳ ବିଷୟରେ ସୂଚନା ସଂଗ୍ରହ କରୁଥିଲା । କେବଳ ଏତିକି ନୁହେଁ, ତୁଫୈଲଙ୍କୁ ଭାରତର ଯୁବପିଢ଼ିଙ୍କୁ ଉଗ୍ରବାଦ ଆଡ଼କୁ ଟାଣିବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।
ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ତୁଫୈଲ ବହୁ ବର୍ଷ ଧରି କନୌଜ, ହାଇଦ୍ରାବାଦ ଏବଂ ପଞ୍ଜାବ ଭଳି ରାଜ୍ୟରେ ମଜଲିସ୍ ନାମରେ ଆୟୋଜିତ ଉଗ୍ରବାଦ ବୈଠକରେ ଅଂଶଗ୍ରହଣ କରିଆସୁଛନ୍ତି । ତାଙ୍କ ମୋବାଇଲ୍ ଚାଟ୍ରୁ ବାବ୍ରି ଧ୍ୱଂସର ପ୍ରତିଶୋଧ ନେବା ଭଳି ଜିନିଷ ମଧ୍ୟ ମିଳିଛି, ଯାହା ଯୁବକମାନଙ୍କୁ ଉସୁକାଇବା ପାଇଁ ବ୍ୟବହାର କରାଯାଇଥିଲା । ଯଦିଓ ସେ ଅନେକ ଚାଟ୍ ଡିଲିଟ୍ କରିଦେଇଥିଲେ । ୟୁପି ଏଟିଏସ୍ ଏବେ ତାଙ୍କର ମୋବାଇଲ୍ ଡାଟା ରିକଭର କରୁଛି ଯାହା ଦ୍ଵାରା ପ୍ରତ୍ୟେକ ଦୃଷ୍ଟିକୋଣରୁ ଷଡ଼୍ଯନ୍ତ୍ରର ଗଭୀରତା ଜାଣିହେବ । ଏହି ସମ୍ପୂର୍ଣ୍ଣ ମାମଲାରେ, ଲକ୍ଷ୍ନୌ କୋର୍ଟରେ ତୁଫୈଲଙ୍କୁ ରିମାଣ୍ଡରେ ନେବା ପାଇଁ ପ୍ରସ୍ତୁତି କରାଯାଇଛି । ଜ୍ୟୋତି ଗୁପ୍ତଚର ମାମଲାରୁ ଆରମ୍ଭ ହୋଇଥିବା ଏହି ଷଡ଼୍ଯନ୍ତ୍ରର ଫାଇଲରେ ପ୍ରତିଦିନ ନୂଆ ପୃଷ୍ଠା ଯୋଡା ହେଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।