ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା– ଆଇନ ମନ୍ତ୍ରୀ
ଭୁବନେଶ୍ୱର(ଦେବାଶିଷ ଦାଶ)
ଚଳିତ ଥର ରଥଯାତ୍ରା ପାଇଁ ସରକାରୀ ସହାୟତା।ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ରାଜ୍ୟ ଆଇନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ସହାୟତା ମିଳିବ।
ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି।
ଯେଉଁମାନେ ଆବେଦନ କରିନାହିଁନ୍ତି ସେମାନଙ୍କ ପାଇଁ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ।ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଏହି ସିଷ୍ଟମ୍ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚାରି ପାଶ୍ୱର୍ରେ କେଉଁଠି ବି ଡ୍ରୋନ୍ ଉଡିବା ମାତ୍ରେ ଏହାକୁ ଖସାଇ ଦିଆଯାଇ ପାରିବ।ଏଥିପାଇଁ ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ ବୋଲି ମନ୍ତ୍ରୀ କହିଛନ୍ତି।
