May 21, 2025

ବଳଦେବ ମନ୍ଦିର ପରିସରସ୍ଥ ଶୌଚାଳୟ ଉଦଘାଟିତ 

Share

 

ବୁଗୁଡା : ତା ୨୦/୦୫/୨୫ : ସ୍ଥାନୀୟ ବଳଦେବସ୍ବାମୀ ମନ୍ଦିର ପରିସରରେ ବୁଗୁଡା ଏନ୍ଏସି ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ନିର୍ମାଣ କରାଇଥିବା ଶୋଚାଳୟ ଆଜି ଉଦଘାଟିତ ହୋଇଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ବହୁ ପ୍ରତୀକ୍ଷିତ ତଥା ନବ ନିର୍ମିତ ଶୌଚାଳୟଟି ଉଦଘାଟିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, କନିଷ୍ଠ ଯନ୍ତ୍ରୀ ଚିତ୍ରସେନ ରେଡିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏବଂ ସାଧାରଣ ଜନତା ଉପସ୍ଥିତ ରହିଥିଲେ।