September 21, 2026

ଘୋଷଯାତ୍ରା ପାଇଁ ବୁଗୁଡ଼ାରୁ ପୁରୀକୁ ରଥକାଠ ପ୍ରେରଣ 

IMG-20250520-WA0076
Share

ବୁଗୁଡା : ତା ୨୦/୦୫/୨୫ : ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ତ ବୁଗୁଡା ବନାଞ୍ଚଳର ଖରିଡା ସଂରକ୍ଷିତ ଜଙ୍ଗଲ ଏବଂ ବି.ବ୍ରହ୍ମପୁର ଗ୍ରାମରୁ ପାଞ୍ଚ ଗୋଟି ଫାର୍ସି ଗଛ ଚିହ୍ନଟ କରାଯାଇ ସେଥିରୁ ୨୫୬ ଘନଫୁଟର ଆଠ ଖଣ୍ଡ କାଠ କଟାଯାଇ ଏକ ଟ୍ରକ ଯୋଗେ ପୁରୀ ରଥଖଳାକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ଉକ୍ତ ରଥକାଠ ପ୍ରେରଣ ସମୟରେ ରଥକାଠ ବୋଝେଇ ଗାଡିକୁ ବି.ବ୍ରହ୍ମପୁର ଓ ଖରିଡା ଗ୍ରାମବାସୀ ଘଣ୍ଟତାଳ ଓ ମୃଦଙ୍ଗ ବଜାଣ ସାଙ୍ଗକୁ ବନ୍ଦାପନା କରି ଗାଡିକୁ ବିଦାୟ ଦେଇଥିଲେ। ପୁରୀ ଘୋଷଯାତ୍ରାରେ ରଥ ନିର୍ମାଣ ନିମନ୍ତେ ସଂଗୃହୀତ ରଥକାଠ ବୋଝେଇ ଟ୍ରକ ବୁଗୁଡା ବଡଦାଣ୍ଡରେ ପହଞ୍ଚିବା ପରେ ସେଠାରେ ବିଧିବିଧାନ ପୂର୍ବକ ପୂଜକ ଦିନବନ୍ଧୁ ପାଣିଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇ ପୁରୀ ଅଭିମୁଖେ ପ୍ରେରଣ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀକୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଅଞ୍ଚଳବାସୀ ଖୁସିବ୍ଯକ୍ତ କରିବା ସହ ଗାଡିକୁ ଛୁଇଁ ମୁଣ୍ଡରେ ଲଗାଉଥିବାର ଦେଖିବାକୁ ମିଳିଥିଲା । ଉକ୍ତ ରଥକାଠ ପ୍ରେରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଡିଏଫଓ ବିନୋଦ ଆଚାର୍ଯ୍ୟ ଓ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ।