August 7, 2026

ଏସଏସ ମେମୋରିଆଲ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସିଲ୍ଭର ଜୁବିଲି ଉଦଯାପିତ, ଭୁବନେଶ୍ୱର ବିଜୟୀ

IMG-20250512-WA0052
Share

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ):ସ୍ଥାନୀୟ ମୋଦୀ ଗ୍ରାଉଣ୍ଡ, ରେମେଡ, କ୍ରାନ୍ତି କ୍ଲବ ଦ୍ୱାରା ଆୟୋଜିତ ଏସଏସ ମେମୋରିଆଲ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ସିଲଭର ଜୁବିଲି ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି।

 

ଫାଇନାଲ୍ ମ୍ୟାଚରେ ଏମଏମସିସି ସମ୍ବଲପୁର ଓ ଏମୟୁସିସି ଶାନ ୧୧ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇ

ଭୁବନେଶ୍ୱର ବିଜୟୀ ହୋଇଥିଲେ।

 

ଏଥିରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍: ଦେବାଶିଷ ପଟ୍ସାନୀ ଭୁବନେଶ୍ୱର,ମ୍ୟାନ୍ ଅଫ୍ ଦ ସିରିଜ୍: କିରଣ ଖାନ ସମ୍ବଲପୁର ହୋଇଥିଲେ।ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଜପାର ବରିଷ୍ଠ ନେତା ସମୀର ରଞ୍ଜନ ବାବୁ (ଟିକି),

ସମ୍ମାନିତ ଅତିଥି ଭାବେ ଥିଲେ ଭାଜପା ନେତା ସୁଧୀର ବହିଦାର ଓ ଭାଜପା ଯୁବ ମୋର୍ଚ୍ଚାର ରାହୁଲ ମୋଦକ ଯୋଗ ଦେଇଥିଲେ।

 

ଏହି ଅବସରରେ ଗ୍ରାମର ଜେଷ୍ଠ ଲୋକମାନେ, ଯେଉଁମାନେ ଏହି ଟୁର୍ଣ୍ଣାମେଣ୍ଟର ଅରମ୍ଭ କରିଥିଲେ, ସେମାନଙ୍କୁ ସମ୍ମାନିତ କରାଯାଇଥିଲା।ସେମାନଙ୍କର ପ୍ରେରଣା ଓ ନିଷ୍ଠା ଦ୍ୱାରା ଆଜିର ଯୁବ ପିଢି ଏକ ନୂଆ ପରିଚୟ ମିଳିଛି ବୋଲି ବକ୍ତା ମାନେ କହିଥିଲେ।

 

ଏହି କ୍ରୀଡା ପର୍ବର ସଫଳତା ପାଇଁ ବିଶେଷ ଭାବରେ ବ୍ରୁନ୍ଦାବନ ମହତ୍ତମ, ରାମା ଭୋଇ, ମୁକେଶ ପ୍ରଧାନ, ପଞ୍ଚାୟତ ମନ୍ତ୍ରୀ ଲୋକେଶ ପାଣ୍ଡେ, ଅପୁ ପ୍ରଧାନ, କାଳିଆ ମାଲିକ ପ୍ରମୁଖ ଙ୍କ ଅବଦାନ ରହିଥିବା ବେଳେ ରେମେଡ ବୁଦ୍ଧିଜୀବି,କ୍ରାନ୍ତି କ୍ଲବ ରେମେଡର ସଭ୍ୟ ମାନେ ଏହାକୁ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ କେବଳ ଖେଳ ଅନୁଷ୍ଠାନ ନୁହେଁ, ବରଂ ଏହା ଆମ ଏକତା, ପରମ୍ପରା ଓ ଭବିଷ୍ୟତ୍‌ର ପ୍ରତୀକ ଅତୁଟ ରହିବ ବୋଲି ଆୟୋଜକ ମାନେ କହିଛନ୍ତି।

You may have missed