August 7, 2026

“ଘୁମୁସର ର ସ୍ବର” ପକ୍ଷରୁ ୧୪୯ତମ ସାହିତ୍ୟ ଆଲୋଚନା ଚକ୍ର

IMG-20250512-WA0051
Share

 

 

ବୁଗୁଡ଼ା : ତା ୧୨/୦୫/୨୫ : ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ପବିତ୍ର ବୁଦ୍ଧ ପୁର୍ଣ୍ଣିମା ଅବସରରେ ୧୪୯ତମ ସାହିତ୍ୟ ଆଲୋଚନା ଚକ୍ର ସ୍ବକାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପ୍ରତିଷ୍ଠାନର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କିଶୋର ଜେନା, ରିଷିପୁର ହାଇସ୍କୁଲର ସହକାରୀ ଶିକ୍ଷକ ଅନୁପ ମହାନ୍ତି, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ.ନୀଳାଚଳ ପାତ୍ର, ଗୀତାଜ୍ଞାନ ବିତରକ ରାଜ ଗୋପାଳ ନାୟକ, ଖଲି ପରିଡ଼ା , କେ.ରାଘବ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଶାନ୍ତି ମୈତ୍ରୀର ପ୍ରତୀକ ବୁଦ୍ଧଦେବଙ୍କ ଆଦର୍ଶ ଓ ଜୀବନ ଦର୍ଶନରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ ପାତ୍ର, ଧୋବା ସାହୁ, ସଞ୍ଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲା ବେଳେ ପରିଶେଷରେ କେ.ରାଘବ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

You may have missed