May 12, 2025

ଗାନ୍ଧି ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ କମ୍ପୁଟର ସାଇନ୍ସ ବିଭାଗର ତଳ ମହଲରେ ଅଗ୍ନିକାଣ୍ଡ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗାନ୍ଧି ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଗୁଣୁପୁର ରେ ଭୟାବହ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ବିଭାଗ ରେ ଲାଗିଲା ଭୟଙ୍କର ନିଆଁ । ଗୋଟେ ପଟେ ମୁଣ୍ଡ ଉପରେ ପ୍ରଚଣ୍ଡ ରୌଦ୍ର ତାପ ଅନ୍ୟପକ୍ଷରେ ଭୟଙ୍କର ଅଗ୍ନିକାଣ୍ଡ । କମ୍ପ୍ୟୁଟର ସାଇନ୍ସ ବିଭାଗ ର ଉପର ମହଲା ରେ ପରୀକ୍ଷା ଚାଲୁଥିବା ବେଳେ ତଳ ମହଲା ରେ ଲାଗିଲା ନିଆଁ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବିଶ୍ୱ ବିଦ୍ୟାଳୟ ସାରା କଳା ଧୂଆଁ ବ୍ୟାପି ଯାଇଥିଲା । ଖବରପାଇ ଗୁଣୁପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟ ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କମ୍ପ୍ୟୁଟର ଲେବ ପୋଡ଼ି ପାଉଁଶ ହୋଇଯାଇଛି ।