ବଜ୍ରାଘାତ ରେ ଦୁଇ ଛେଳି ଓ ଦଶ ମେଣ୍ଢା ମୃତ । ଅଳ୍ପକେ ବାର୍ତିଲେ ଛେଳି ଚରାଳି ..

ଗଜପତି ଜିଲ୍ଲା ରେ ଦୈନିକ ଅପରାହ୍ନ ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳୁଛି । ଦୈନିକ କିଛିନା କିଛି ଧନ ଜୀବନ ନଷ୍ଟ ହେଉଛି । ସେହିଭଳି ଆଜି ଅପରାହ୍ନ ରେ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ସ୍ଥିତ ଶିବମନ୍ଦିର ନିକଟ ରେ ଏକ ଆମ୍ବଗଛ କୁ ବଜ୍ରାଘାତ ହୋଇଥିବା ବେଳେ ଗଛ ମୂଳରେ ଆଶ୍ରୟ ନେଇଥିବା ଛେଳି ଓ ମେଣ୍ଢା ଙ୍କ ମୃତ୍ୟୁ ହୋଇଛି । ବିପରୀତ ଦିଗରେ ଛେଳି ଚରାଳୀ ଥିବା ବେଳେ ସେ ଛିଟିକି ପଡ଼ି ସାମାନ୍ୟ ଆହାତ ହୋଇଛନ୍ତି । ଆହାତ ଛେଳି ଚାରାଲି ଜଣକ ହେଲେ ଚନ୍ଦ୍ରଗିରି ସ୍ଥିତ ନାୟକ ସାହି ର ସୁବାସ ନାୟକ । ସେ ପ୍ରତ୍ୟେକ ଦିନ ଭଳି ଆଜି ବି ନିଜ ଛେଳି ମନ୍ଦା ନେଇ ଜଙ୍ଗଲକୁ ଯାଇଥିବା ବେଳେ ବର୍ଷା ପବନ ହେବାରୁ ଏହି ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ । ସମସ୍ତ ଛେଳି ବ୍ୟାଙ୍କ୍ ରୁ ମହିଳା ମଣ୍ଡଳ ମାନକ ଦ୍ଵାରା ଲୋନ ରେ ଆଣିଥିବା ହେତୁ କିପରି ସେହି ଲୋନ୍ ସୁଝିବ ବୋଲି ବାହୁଣି ବାହିନୀ କାନ୍ଦୁଛନ୍ତି ଦମ୍ପତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପଶୁ ଚିକିତ୍ସକ ପହଞ୍ଚି ନଥିବାରୁ ଆସୋନ୍ତୋସ ଦେଖା ଦେଇଥିଲା । ଘଟଣା ସ୍ଥଳରେ ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।