March 13, 2026

ରାୟଗଡ ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

7814acaa-976a-43ff-bb65-ea5fa64ae2c9
Share

ପାରଳାଖେମୁଣ୍ଡି:୧୩/୪(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରାୟଗଡ ବ୍ଳକର ଦୁର୍ଗମାଞ୍ଚଳ ଗସ୍ତ କରି ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ଉନ୍ନୟନ ମୂଳକ କାର୍ଯ୍ୟ, ନିର୍ମିତ କାମ, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଛେଳି ପାଳନ ୟୁନିଟସମେତ 5T ରୂପାନ୍ତରିତ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ଗଙ୍ଗାବାଡ଼ ଗ୍ରାମରେ ଜନ ଅଭିଯୋଗ ଶୁଣାଣୀରେ ଯୋଗ ଦେବା ପରେ ଗଙ୍ଗାବାଡ଼ ପଞ୍ଚାୟତର ଛାମୁଡିଆ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ସ୍ଥାପିତ ହୋଇଥିବା ଛେଳି ପାଳନ ୟୁନିଟ ପରିଦର୍ଶନ କରିଥିଲେ।କଇଁ ପୁର ଗ୍ରାମରେ ପହଞ୍ଚି ନିର୍ମାଣ ଧୀନ ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ।କଇଁପୁରର ଏସ ଏସ ଡି ହାଇ ସ୍କୁଲ ଏବଂ ଲକ୍ଷ୍ମୀପୁର ଗ୍ରାମରେ 5T ଅନ୍ତର୍ଭୁକ୍ତ ହାଇ ସ୍କୁଲ ପରିଦର୍ଶନ କରିଥିଲେ।