June 15, 2026

ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

438944db-159d-4ff1-bc0b-890ab4f6da49
Share


(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ତା -13.4.23- ଜିଲ୍ଲା ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ପବିତ୍ର ଗରଡ଼ା ଙ୍କ ତତ୍ୱାବଧାନ ରେ ଉମରକୋଟ ସ୍ଥିତ ଚଢେଇ ଗୁଡା ଚର୍ଚ୍ଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିଲେ. ବାପି ମଲ୍ଲିକ ସଭାପତିତ୍ୱ କରିଥିଲେ. ରମେଶ ସାହୁ ଏବଂ ସୁରେଶ ଆଚାର୍ଯ୍ୟ ବୃକ୍ଷରୋପଣ ଲାଭ ତଥା ଅନ୍ୟନ୍ୟ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ. ଚଢେଇ ଗୁଡା ଚର୍ଚ୍ଚ ର ମୁଖ୍ୟ ଜନ ଭାଇ ଓ ତାଲା ପଦର ଚର୍ଚ୍ଚ ମୁଖ୍ୟ ଲାଲସିଂ ଭାଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ. ଅଂଚଳ ର ଜନସାଧାରଣ ଏଥିରେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ. ବିଜେପି କାର୍ଯ୍ୟକର୍ତ୍ତା ଯଥା ମନ୍ଦିରା ନାୟକ, ସାନ ଭାଇ, ପ୍ରଭାତ ନାୟକ, ବାବୁ ଶର୍ମା, ନିପେନ ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ.

You may have missed