May 10, 2026

କଳାହାଣ୍ଡି ଜିଲ୍ଲା ସି.ପି.ଆଇ ତରଫରୁ ବିକ୍ଷୋଭ।

IMG-20250428-WA0027
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)କଳାହାଣ୍ଡି ଜିଲ୍ଲା ବେଲପଡା ଗ୍ରାମ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ଗ୍ରାମରେ ମୋଟ ପଞ୍ଚାଅସିଟି ପରିବାର ବସବାସ କରନ୍ତି। ଏହି ଗ୍ରାମର ଲୋକେ ନିଜ ଜୀବନ ନିର୍ବାହ ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ ଭାବରେ ନିର୍ଭରଶିଳ। ଏହାବାଦ ଏହି ଗ୍ରାମକୁ କୌଣସି ପକ୍କା ରାସ୍ତା ଆଜିପର୍ଯନ୍ତ ତିଆରି ହୋଇବାହିଁ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାବାଦ ବର୍ଷବର୍ଷ ଧରି ରହି ଆସିଥିବା ଏହିସବୁ ପାରିବାରଙ୍କ କୌଣସି ଜମି ପଟ୍ଟା ତଥା ଘର ଡିହ ପଟ୍ଟା ନାହିଁ। ଏହି ସବୁ ସମସ୍ୟାକୁ ନେଇ ଗ୍ରାମବାସୀଙ୍କୁ ସମର୍ଥନ କରି ଜିଲ୍ଲା ସି.ପି.ଆଇ ଦଳ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ ଏବଂ ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲ ଉପରେ ତାଙ୍କର ଅଧିକାରକୁ ସରକାର ମାନିନେଇ ଜଙ୍ଗଲ ଜମି ପଟ୍ଟା ଏବଂ ଘର ଡିହ ପଟ୍ଟା ଦିଆଯାଉ ତଥା ଅତି ଶୀଘ୍ର ପକ୍କା ରାସ୍ତା ନିର୍ମାଣ ସହ ବିଭିନ୍ନ ମୌଳିକ ସୁବିଧା ଗୁଡିକ ଦିଆଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ।