ଆଜିର ଖବର…

▪️ରାଜ୍ୟର ୨୪ଜିଲ୍ଲାର ଭୂତଳ ଜଳ କମିଛି, ଗଜପତି, ନୟାଗଡ଼ ସ୍ଥିତି ଗମ୍ଭୀର। ଜଳ ବଞ୍ଚାନ୍ତୁ।
▪️ଓଡ଼ିଶା ଅକ୍ଷୟ ଶକ୍ତିରେ ୧୧୯୧.୪୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ।
▪️ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ, ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରଙ୍ଗର ରାସନକାର୍ଡ ବାଣ୍ଟିଲେ ସରକାର।
▪️ଭୁବନେଶ୍ବରରେ ଖୋଲିବ ଇଏସ୍ଆଇସି ମେଡିକାଲ୍ କଲେଜ, ୨ ବର୍ଷରେ ସ୍ଥାପନ ହେବ।
▪️ଭୁବନେଶ୍ବରର ଆର୍ଦ୍ରତା ୭୮%, ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତା ଫାଙ୍କା। ନନ୍ଦନ କାନନରେ ବାରମ୍ବାର ଗାଧୋଉଛନ୍ତି ପଶୁପକ୍ଷୀ।
▪️ଜାତୀୟ ଉଦ୍ୟାନ ମାନ୍ୟତା।ରାଜ୍ୟର ଦ୍ବିତୀୟ ଓ ଦେଶର ୧୦୭ତମ ଜାତୀୟ ପାର୍କ ହେଲା ‘ଶିମିଳିପାଳ’।
▪️ଯୁକ୍ତ ଦୁଇ ପାସ କରାଇଦେବା ସହ ମାର୍କ ବଢାଇବାକୁ ପିଲାଙ୍କୁ ଆସୁଛି ଅଜଣା କଲ୍। ଫଳାଫଳ ଅପେକ୍ଷାରେ ଛାତ୍ରଛାତ୍ରୀ।
▪️ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ଅନ୍ୟ ବିଦ୍ୟାଳୟରୁ ଆସିବେ ବଳକା ଶିକ୍ଷକ।
▪️ଖରାଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହୋମ ଓ୍ବାର୍କ, ଲମ୍ବା ଗାଉଡ଼ ଲାଇନ ଜାରି।
▪️ଅନୁପ୍ରବେଶକାରୀଙ୍କ ଉପରେ ଓଡ଼ିଶା ସରକାରଙ୍କ ଅଛି ତୀକ୍ଷ୍ମ ନଜର। କିନ୍ତୁ ବଢି ଚାଲିଛି ସଂଖ୍ୟା, ବଢୁଛି ଚୋରି।
▪️ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର ।
▪️କାଶ୍ମୀରରେ ମୃତ ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି।
▪️ରାଉରକେଲା ରେ ଧୋକାଦେଲା ଆଲିଆନ୍ସ ବିମାନ। ବୁଧବାର ଓ ଶନିବାର ଉଡ଼ିବ ନାହିଁ।
▪️ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ।
▪️ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଲିଫ୍ଟ ମେଣ୍ଟେନାନ୍ସ ନାହିଁ। ମହିଳା ରୋଗୀ ଲିଫ୍ଟରେ ଚାପି ହୋଇ ମୃତ।
▪️ଖୋର୍ଦ୍ଧା ବାଲିପାଟଣାରେ ଦିବ୍ୟାଙ୍ଗଙ୍କ ଗୁହାଳରୁ ଚୋରି। ୨୫ ବଡ଼ ଛେଳି ନେଲେ ଛୁଆଙ୍କୁ ଛାଡି ଦେଲେ।
▪️ରାଉରକେଲାରେ ନିୟମିତ ପଥର ଚୋରି। ବିନା ଟିପିରେ ପଥର ଚାଲାଣ, ଦୁଇ ହାଇୱା ଜବତ।
▪️ବାରିପଦା ରାଇରଙ୍ଗପୁର ରେ କର୍ମଚାରୀ ଉପରେ ଓଲଟି ଗଲା ହାଇଡ୍ରା କ୍ରେନ୍, ଜଣେ ମୃତ।
▪️ଜେଏନୟୁ ରେ ଚାକିରି ଦେବା ନାଁରେ ୧୨ ଲକ୍ଷ ଠକେଇ, ରାଉରକେଲାରୁ ଜଣେ ଗିରଫ।
▪️ସୁନ୍ଦରଗଡ ବଣାଇରେ ସ୍ପଷ୍ଟ ଦିବାଲୋକରେ ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।
▪️ମହାନଦୀରେ ବୁଡି ଯାଇଥିବା ନଦୀକୂଳ ସାହିର ୨ ଯୁବକ ମୃତ।
▪️ଭଦ୍ରକ ବାସୁଦେବପୁରରେ କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ।
▪️କନ୍ଧମାଳ ବନେଗାଁ ରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ମରଣଯନ୍ତା। ରୋଗୀ, ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି।
▪️ଖୋର୍ଦ୍ଧା ବାଲିପାଟଣା ଥାନାରେ ଉତ୍ପାତକରି, ଅଭିଶାପ ଦେଇ ବନ୍ଧାହେଲେ ୫ ଜଣ ମହିଳା କାଳିଶି।
▪️ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ, ହଜାରେ ନକ୍ସଲଙ୍କୁ ଘେରିଲେ ୨୦ ହଜାର ଯବାନ।
▪️କ୍ରିକେଟ ଆଇପିଏଲ୍, ଘରୋଇ ମାଟିରେ ବେଙ୍ଗାଲୁରୁର ପ୍ରଥମ ବିଜୟ, ହାରିଲା ରାଜସ୍ଥାନ। ଚେନ୍ନାଇ ଓ ହାଇଦ୍ରାବାଦ ଆଜି ଖେକିବେ।
▪️ପାକିସ୍ତାନର ସରକାରୀ ‘X’ ଟ୍ୱିଟର ଭାରତରେ ବ୍ଲକ କରାଗଲା।
▪️ଆଇଏନଏସ ସୁରତରୁ ନୌସେନା ଜାହାଜରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ।
▪️ଗର୍ଜିଲା ରାଫେଲ ଓ ସୁଖୋଇ ୩୦,ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ।
▪️ବିହାରରେ ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଇଂରାଜୀ ଭାଷଣରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଧମକ ଦେଲେ।
▪️ଆଜି ବିଶ୍ୱ ମାଲେରିଆ ଦିବସ।
▪️ଆଜି ଜନ୍ମଦିନ: ଅରିଜିତ ସିଂ, ବିଜୟନ (ଫୁଟବଲ), କରନ ରାଜଦାନ, ସ୍ୱାମୀ କୃଷ୍ଣନନ୍ଦ ସରସ୍ୱତୀ।
▪️ଆଜି ତିରୋଧାନ: ଆଣ୍ଡର୍ସ ସେଲସିୟସ।
▪️ଇତିହାସରେ ଆଜି ଦିନ: (୧୯୫୩) ଡିଏନଏ ର ଡବଲ ହେଲିକ୍ସ ଗଠନ ଗବେଷଣା ପ୍ରକାଶିତ/ (୧୯୫୪) ସିଲିକନରୁ ସୌର ବ୍ୟାଟେରୀ ତିଆରି/ (୧୯୮୨) ଦିଲ୍ଲୀରେ ପ୍ରଥମ ରଙ୍ଗୀନ ଟିଭି ସିଗନାଲ ପ୍ରସାରଣ ଆରମ୍ଭ।
*🙏ବନ୍ଦେ ଉତ୍କଳ ଜଜନନୀ🙏*
➖➖➖➖➖➖➖➖➖➖➖