ନହଙ୍ଗରେ ପଞ୍ଚମୁଖୀ ହନୁମାନ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ଖଇରା, ( ଦେବାଶିଷ ଦାଶ )ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଗ୍ରାମରେ ପଞ୍ଚମୁଖୀ ହନୁମାନ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ତା ୧୪/୪/୨୫ ରିଖ ରେ ଆରମ୍ଭ ହୋଇଛି । ଏହା ୩ ଦିନ ଧରି ଚାଲିବ । ଆଜି ଭକ୍ତ ମାନଙ୍କ ଦ୍ବାରା କଳସ ଅଣାଯାଇଛି । ଆସନ୍ତା କାଲି ଯଜ୍ଞ ଆରମ୍ଭ ହେବ । ପ୍ରଥମ ଦିନର ପ୍ରଥମ ସନ୍ଧ୍ୟାରେ ପ୍ରବଚକ ଦୀପ୍ତିକାନ୍ତ ସ୍ବାଇଁ(ଗାୟତ୍ରୀ) ଖୁଏ ସୁନ୍ଦର ପ୍ରବଚନ ଦେଇଥିଲେ । ଏହି ପ୍ରବଚନ ଶୁଣିବା ଲାଗି ବହୁ ଶ୍ରୋତାଙ୍କ ସମାଗମ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ସଞ୍ଚାର କରିଥିଲା । ଉକ୍ତ ମହୋତ୍ସବର ଆୟୋଜକ ବସନ୍ତ କୁମାର ମହଲା । ତାଙ୍କୁ ସହଯୋଗ କରିଥିଲେ ନହଙ୍ଗ ପଞ୍ଚମୁଖୀ ହନୁମାନ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ । ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି ଆୟୋଜକ । ଉକ୍ତ ମହୋତ୍ସବ ଚାଲୁ ରହିଛି । ପ୍ରବଚନ ଓ ଭଜନ ସନ୍ଧ୍ୟା ଶୁଣିବା ଓ ଦେଖିବା ନିମନ୍ତେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଆଗ୍ରହର ସହକାରେ ଆସି ପ୍ରବନ ସ୍ଥଳର ରୁଣ୍ଡିଭୂତ ହୋଇଛନ୍ତି । ଓଡିଶା ସଂସ୍କୃତି ବିଭାଗ ତରଫରୁ ଶ୍ରୀ ଶ୍ରୀ ମଦନ ମୋହନ ଦେବ ଭଜନ ସନ୍ଧ୍ୟା ବାଳକଟି,ଖୋର୍ଦ୍ଧାର କଳାକାର ମାନେ ନିଜର କଳା ପ୍ରଦର୍ଶନ କରିଥିଲେ ।।