ଉମରକୋଟ ଠାରେ ଚେଙ୍କ ଓ ରକ୍ତ ଦାନ ଉପରେ ସଚେତନ ସଭା ଅନୁଷ୍ଠିତ……..

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ସେମିଳି ଗଦ୍ର। ଗ୍ରାମ ଠାରେ ଜିଲ୍ଲାର ସବୁଠାରୁ ବଡ ସ୍ୱେଚ୍ଛ।ସେବୀ ଅନୁଷ୍ଠାନ ଜନ ଜାଗୃତି ମିଶନ ତରଫରୁ ଚେଙ୍କ ଓ ରକ୍ତ ଦାନ ଉପରେ ଏକ ସଚେତନ ସଭା ଅନୁଷ୍ଠିତ ହେଇଥିଲା। ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ଜନାବ ମୁନା ଖାନ୍ ଯୋଗ ଦେଇଥିବ। ବେଳେ ମୁଖ୍ୟ ବକ୍ତା ଭାବେ ଜନ ଜାଗୃତି ମିଶନର ମୁଖ୍ୟ ସାୟାଦ
କାଜାମ ମଦାନି ମୂଖ୍ୟ ବକ୍ତା ଭାବେ ଓ ସରକାରୀ ଓକିଲ ସୁଧାଂଶୁ ସାଧୁ ମଞ୍ଚ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ରାଜ୍ୟସଭା ସାଂସଦ ମୁନା ଖାଁନ ଚେଙ୍କ ଓ ରକ୍ତ ଦାନ କରିବା ପାଇଁ ଅଧିକରୁ ଅଧିକ ଯୁବକ ଓ ଯୁବତୀ ମାନେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଚେଙ୍କ ଆମ ଆଧୁନିକ ସମାଜ ପାଇଁ ଏକ ଲଜ୍ଜା ଆଉ ନିନ୍ଦନୀୟ ଘଟଣା ସହ ଆଧୁନିକ ଚିକିତ୍ସା ପାଇଁ ଏକ ପରିହାସ ଛଡା ଆଉ କିଛି ନାହିଁ ବୋଲି କହିଥିଲେ। ଚେଙ୍କ ଦ୍ଵାରା କୌଣସି ରୋଗ ଭଲ ହୁଏନି ବରଂ ଏହା ନିରୀହ ଓ ଛୋଟ ଛୁଆ ଜୀବନକୁ ବିପଦକୁ ନେଇ ଯାଉଛୁ ବୋଲି କହିବା ସହ ରକ୍ତ ଅଭାବରେ ଆମେ କାହାରିକୁ ମରିବା ପାଇଁ ସୁଯୋଗ ଦେବ। ନାହିଁ ବୋଲି କହି ଥିଲେ। ଶ୍ରୀ ଖାଁ ଉମରକୋଟ ଓ ଝରିଗାଁ ବ୍ଲକରେ ଅଧିକରୁ ଅଧିକ ରକ୍ତ ଦାନ ଶିବିର ଓ ଚେଙ୍କ ଉପରେ ସଚେତନ ସଭା ଆୟୋଜନ କରିବା ପାଇଁ ଜନ ଜାଗୃତି ମିଶନର ମୁଖ୍ୟ କାଜାମ ମାଦାନିଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ମାଦାନି ନିଜ ଭାଷଣରେ ନିକଟ ରେ ଚାନ୍ଦାହାଣ୍ଡି ଠାରେ ଘଟିଯାଇଥିବା ଚେଙ୍କ ଘଟଣାକୁ ଦୁର୍ଭାଗ୍ୟ ବୋଲି କହିବା ସହ ଆଗକୁ ଯେପରି ଘଟଣାର ପୁନରିର୍ବୃତି ନ ହୁଏ ସେଥିପ।ଇଁ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ଜନ ଜାଗୃତି ମିଶନ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ସଚେତନ ଅଭିଯାନ କରି ରାଜ୍ୟ ସ୍ତରରେ ପୁରସ୍କୃତ ହେଇଥିବା ଶ୍ରୀ ମାଦାନି ସ୍ମୃତି ଚାରଣ କରିଥିଲେ। ବର୍ତମାନ ଚେଙ୍କ ଘଟଣା ଜିଲ୍ଲାରେ ବୃଦ୍ଧି ପାଇ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ସଚେତନ ର ଆବଶ୍ୟକ ରହିଛି ବୋଲି କହିବା ସହ ସମ୍ବାଦ ଓ ଆମ ଓଡିଆ ସହ ଜନ ଜାଗୃତି ମିଶନ ରକ୍ତ ଦାନ ଶିବିର ଆୟୋଜନ କୁ ବ୍ୟାପକ କରିବ ବୋଲି
ଶ୍ରୀ ମାଦାନି ଏହି ଅବସର ରେ ଘୋଷଣା କରିଥିଲେ। ଏହି ଅବସରରେ ମିଶନର ସଭାପତି ପର୍ଶୁରାମ ଭତ୍ର।, ଧନି ରାମ ଗଣ୍ଡ, ଦାମୁ ସାନ୍ତା, ଆଶାରାମ ସାନ୍ତ।, ଖାଣ୍ଡା ସରପଞ୍ଚ
ରମେଶ ଭତ୍ର।, ଗୋବିନ୍ଦ ସାନ୍ତା ଙ୍କ ସମେତ ବହୁ ସଂଖ୍ୟା ରେ କୁଇ ସମାଜର ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ। ସଭା ଆରମ୍ଭ ପୂର୍ବରୁ ଶତାଧିକ ସଂଖ୍ୟାରେ ମହିଳା ମାନେ କୁଇ ସମ୍ପ୍ରଦାୟର ନାଚ ଗୀତ ଗାନ ପରିବେଷଣ କରି ମୂଖ୍ୟ ଅତିଥି ଶ୍ରୀ ମୁନା ଖାଁ ଙ୍କୁ ସଭା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।