May 10, 2026

ଭାଲୁ ଆକ୍ରମଣରେ ଯୁବକ ଗୁରୁତର : ବନ୍ୟ ଜୀବଜନ୍ତୁ କାହିଁକି ଗାଁ ମୁହାଁ ??

IMG-20250407-WA0041
Share

 

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) ବଣ ଜଙ୍ଗଲ ଧିରେ ଧିରେ ବିଲୁପ୍ତ ହେବା ଯୋଗୁଁ ବନ୍ୟ ଜୀବଜନ୍ତୁ ମାନେ ଗାଁ ମୁହଁ ହେବା କାରଣ ରୁ ମନୁଷ୍ୟ ମାନେ ଆକ୍ରମଣ ର ଶିକାର ହେଉଛନ୍ତି, ଏବଂ କେତେ ବେଳେ ମନୁଷ୍ୟ ର ଶିକାର ରେ ବନ୍ୟ ଜୀବଜନ୍ତୁ ମାନେ ଶିକାର ହୋଇ ପଡ଼ୁଛନ୍ତି l ଏପରି ଏକ ହୃଦୟ ବିତାରକ ଘଟଣା ସାମ୍ନାକୁ ଆସିଛି, ଏହି ଘଟିଛି କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ଅଧିନସ୍ଥ ବଡ଼ ପାଟଣା ପଞ୍ଚାୟତ ସୁଆମ ପୁରୁଣା ମୁଣ୍ଡା ସାହିର ମାର୍କଣ୍ଡ ମୁଣ୍ଡା ଙ୍କୁ ଏକ ଜଙ୍ଗଲି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।

ସୂଚନା ଯେ, ସୋମବାର ସକାଳେ ଯୁବକ ଜଣକ ଘର ପାଖରେ ଛିଡା ହୋଇଥିବା ସମୟରେ ହଠାତ୍ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା । ଯାହାଫଳରେ ଯୁବକ ଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ମାନେ ଦୌଡ଼ି ଆସି ଭାଲୁ କୁ ଘୋଡ଼ାଇ ଦେବା ସହ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।ବନ ବିଭାଗ ତରଫରୁ ଏହି ଘଟଣା ତଦନ୍ତ କରି ତୁରନ୍ତ ଏହି ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

 

ଏହିପରି ଯେଉଁ ସବୁ ଦୁର୍ଘଟଣା ପାଇଁ କେବଳ ରୁ କେବଳ ମନୁଷ୍ୟ ହିଁ ଦାୟୀ କାହିଁକିନା ମନୁଷ୍ୟ ବଣ ଜଙ୍ଗଲ କାଟି ସଫା କରିଦେଉ ଥିବା ହେତୁ ବନ୍ୟ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ମନୁଷ୍ୟ ଏବଂ ଜୀବଜନ୍ତୁ ମଧ୍ୟ୍ୟରେ ସଂଘର୍ଷରେ ହେବା ହେତୁ ପ୍ରାଣ ହରାଇ ବସୁଛନ୍ତି l

 

ମୁଖ୍ୟ ବନଖଣ୍ଡ ଦ୍ୱାରା ପ୍ରତେକ ସମୟରେ ଲୋକ ମାନଙ୍କୁ ସଚେତନ କରା ଯାଉଛି ହେଲେ ଏହାକୁ କେହି ମାନୁ ନଥିବା ରୁ ଏହିପରି ଦୁର୍ଘଟଣା ମାନ ସାମ୍ନାକୁ ଆସୁଛି l