May 10, 2026

ବସ କୁ ଧକ୍କା ଦେଲା ଟ୍ରକ୍ , ଓଲଟିଲା ଯାତ୍ରୀ ବାହୀ ବସ ୧୦ ରୁ ଉର୍ଦ୍ଧ୍ବ ଗୁରୁତର‌ !

IMG-20250402-WA0069
Share

 

ନୀଳଗିରି ( ଦେବାଶିଷ ଦାଶ )

ବସ କୁ ଧକ୍କା ଦେଲା ଟ୍ରକ୍। ଓଲଟିଲା ଯାତ୍ରୀବାହୀ ବସ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ରୁ ଜଣାଯାଇଛି, ନୀଳଗିରି ବରହମପୁର ଥାନା ଭାଲୁକାଶୁଣି ଦେବଯାନୀ ଛକ ଠାରେ, ମାମା ଯାତ୍ରୀ ବାହୀ ବସଟି ପ୍ରତେକେ ଦିନ ନିଳଗିରି ରୁ ଉଦଳା ଯାତ୍ରୀ ନେଇ ଯାଉ ଥିବା ସମୟ ରେ ଏଭଳି ଦୁର୍ଘଟଣା ଘଟିଛି।ତେବେ ନୀଳଗିରି ରୁ ୩୦ ରୁ ଉର୍ଦ୍ଧ ଯାତ୍ରୀ ନେଇ ଯାଉଥିବା ବେଳେ ଦେବଯାନୀ ଛକ ଠାରେ ଟ୍ରକଟି ହଟାତ୍ ଆସି ପଛ ପଟୁ ଧକ୍କା ଦେଇଥିଲା। ଯାହାଫଳରେ ବସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା।୧୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି। ତେବେ ସ୍ଥାନୀୟ ଲୋକେ ମାନେ ଯାତ୍ରୀଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛନ୍ତି। ଗାଡି ଚାଳକ ଙ୍କ ଏଭଳି ବେପୁରୁଆ ଗାଡ଼ି ଚାଳନା ପାଇଁ ,ଯାତ୍ରୀ ମାନେ ଭୟଭୀତ ହେବା ସହିତ ଗୁରୁତର ଆହତ ହୋଇ ଥିବା ଦେଖାଯାଇଛି।