May 10, 2026
IMG-20250331-WA0016
Share

ପୁରୀ ଭୁବନେଶ୍ୱର ସତ୍ୟବାଦୀ କଲେଜ ଛକ ନିକଟରେ ଜାୟା ହୋଟେଲ lକିଛିଦିନ ତଳେ ମଟନ ରେ ଗୋମାଂସ ମିଶାଇ ଖାଇବାକୁ ଦେଉଥିବାର ଖବର ସୋସିଆଲ ମିଡିଆରେ ପ୍ରଚାର ହେବାଦ୍ବାରା ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟବାଦୀ ତହସିଲଦାରଙ୍କ ଦ୍ୱାରା ସିଲ କରାଯାଇଥିଲା l ଜୟା ହୋଟେଲ ର ମାଲିକ ପ୍ରଦୀପ କୁମାର ବାରିକ ଓ ସଞ୍ଜୟ କୁମାର ବାରିକ ଏହା ଏକ ଅପପ୍ରଚାର ଆମକୁ ମିଛରେ ବଦନାମ କରାଯାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେବା ସହିତ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ l ଗତକାଲି ଉଚ୍ଚ ନ୍ୟାୟାଳୟ ନିଷ୍ପତି କ୍ରମେ ପୁରୀ ପ୍ରଶାସନ ପକ୍ଷରୁ ହୋଟେଲକୁ ପୁରୀ ପ୍ରଶାସନ ପକ୍ଷରୁ ଖୋଲି ଦିଆଯାଇଛି l ହୋଟେଲ ଖୋଲିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଲୁ ହୋଇନାହିଁ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ