May 10, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମ ରେ ଦନ୍ତେଶ୍ବରୀ ମାଁ ମାଉଲି ଙ୍କ ମନ୍ଦିରରେ ରତ୍ନମୁଦ ସ୍ଥାପନ………

IMG-20250328-WA0044
Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳା ଗ୍ରାମରେ ଥିବା ଦନ୍ତେଶ୍ଵରି ମାଁ ମାଉଲି ଭବ୍ୟ ମନ୍ଦିରର ରତ୍ନ ମୁଦ ଚୂଡା କରଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସାଂସଦ ରମେଶ ମାଝୀ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଯୋଗ ଦେଇଥିଲେ। ଏହି ଭବ୍ୟ ମନ୍ଦିର ନିର୍ମାଣ ଆଗରୁ ଏଠାରେ ଏକ ଗୁଡି ଟିଏ ଥିଲା।ତତ୍କାଳୀନ ସରକାର ଙ୍କ ଆର୍ଥିକ ସହାୟତା ଅନୁଦାନ ଓ ଗ୍ରାମର ସମସ୍ତ ଗ୍ରାମ ବାସୀ ମାନଙ୍କ ସହାୟତା ଯୋଗୁଁ ଏହି ଗୁଡି ଟି ଗୁଡି ରୁ ମନ୍ଦିରରେ ପରିଣତ ହୋଇଛି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଞ୍ଚଳା ର ସରପଞ୍ଚ ଅର୍ଜୁନ ଭତରା,ସମିତି ସଭ୍ୟ ଗୁଣଧର ଭତରା ଓ ୧୧ଜଣ ୱାର୍ଡ ମେମ୍ବର ଯୋଗ ଦେଇଥିଲେ। ଏହି ମନ୍ଦିରର ରତ୍ନ ମୁଦ ଚୂଡା କରଣ ପ୍ରତିଷ୍ଠା ଉତ୍ସବରେ ଗାଉଟିଆ, ଚାଲାଣ , ବିଭିନ୍ନ ଗ୍ରାମରୁ ଆସିଥିବା ଭକ୍ତ ଓ ଗ୍ରାମ ବାସୀ ଙ୍କ ସହାୟତା ରେ ଏହି କାର୍ଯ୍ୟକ୍ରମ ଟି ମହାଆଡମ୍ବର ସହକାରେ ପାଳିତ ହୋଇଥିଲା।