April 2, 2025

ଭାବକୁଣ୍ଡଳେଶ୍ଵରରେ ମାଣିକ ମହୋତ୍ସବ 

Share

କାଞ୍ଚି ବିଜୟ ଇତିହାସର ଅନନ୍ୟ ଚରିତ୍ର ମାଣିକ ନାମରେ ନାମିତ ଦହିଖିଆ ନିକଟସ୍ଥ ମାଣିକପାଟଣାକୁ ସରକାର ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀ ଘୋଷଣା କରନ୍ତୁ ବୋଲି ଆହ୍ୱାନ ଆସିଛି। ମାଣିକପାଟଣା ସାଂସ୍କୃତିକ ପରିଷଦ ପକ୍ଷରୁ ଭାବକୁଣ୍ଡଳେଶ୍ଵର ନିକଟରେ ଅନୁଷ୍ଠିତ ମାଣିକ ମହୋତ୍ସବ କୁ ଉଦଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି ର ବିଶିଷ୍ଟ ଗବେଷକ ଡକ୍ଟର ସୁରେନ୍ଦ୍ର ମିଶ୍ର କହିଛନ୍ତି ଯେ କେବଳ ମାଣିକର ଦହି ନୁହେଁ, କଳାପାହାଡ଼ ର ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ ର ଇତିହାସ ସହ ଏହି ପବିତ୍ର ମାଟି ଜଡ଼ିତ। ଅନୁଷ୍ଠାନ ର ସଭାପତି ବନମାଳୀ ଜେନାଙ୍କ ଅଧ୍ୟକ୍ଷତା ଓ ସଂପାଦକ ନକୁଳାନନ୍ଦ ଦଳାଇଙ୍କ ପରିଚାଳନା ରେ ଅନୁଷ୍ଠିତ ମାଣିକ ମହୋତ୍ସବ ରେ ଉଦବୋଧନ ଦେଇ ଡକ୍ଟର ମିଶ୍ର,ଭାବକୁଣ୍ଡଳେଶ୍ଵରଙ୍କ ଇତିହାସ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଡକ୍ଟର କୁମରଵର ଦାସ ସାଂସ୍କୃତିକ ଚେତନା ର ବିକାଶ ପାଇଁ ଅବକ୍ଷୟମୁଖୀ ସମାଜ କୁ ପରିବର୍ତ୍ତନ ହେବା ପାଇଁ ଆହ୍ୱାନ ଦେବାସହ, ଆଧ୍ୟାତ୍ମିକ ଜନଜାଗରଣ ପାଇଁ ଯୁବଗୋଷ୍ଠୀ ସଂକଳ୍ପବଦ୍ଧ ହେବାକୁ ମତବ୍ୟକ୍ତ କରିଥିଲେ।ବିଶିଷ୍ଟ ଅତିଥି ଭାବେ ରେବତୀ ଚଳଚିତ୍ର କାହାଣୀକାର ଡକ୍ଟର ବଦ୍ରି ମିଶ୍ର କହିଥିଲେ ଯେ ମାଣିକପାଟଣା କଥା ଇତିହାସ ପୃଷ୍ଠାରେ ହଜିଯାଉଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ସଂଗୀତ ରୂପକ କାଞ୍ଚିବିଜୟ ଏଯାଏଁ ରାଜା ପୁରୁଷୋତ୍ତମ, ଠାକୁରଙ୍କ କଳାଧଳା ଘୋଡ଼ା ଓ ମାଣିକ ର ଦହି କୁ ମହିମାମୟ କରିରଖିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶକୁନ୍ତଳା ବଡୁ, ବିଶିଷ୍ଟ ସଂଗଠକ ଆଲୋକ ପ୍ରଧାନ, ଦାମୋଦର ପରିଡା , କାଶୀନାଥ ନାୟକ, ଶଂକର୍ଷଣ ସ୍ବାଇଁ, ଭାଗିରଥି ଦଳାଇ,ରଂଜନ ଦଳାଇ,ଦିଗମ୍ବର ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ନମିତା ମହାପାତ୍ର କହିଥିଲେ ଯେ ମାଣିକପାଟଣା ଓ ଭାବକୁଣ୍ଡଳେଶ୍ଵର ମନ୍ଦିର ର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବନମାଳୀ ଜେନା ଓ ସଂଯୋଜନା କରିଥିଲେ ଆଶିଷ କୁମାର ସ୍ବାଇଁ।, ଏହି ଅବସରରେ ଭାବକୁଣ୍ଡଳେଶ୍ଵରଙ୍କ ବାରୁଣୀ ସ୍ନାନ ଓ ଅଷ୍ଟଦୋଳ ସମାବେଶ ହୋଇଥିଲା। ପରେପରେ ଗବେଷକ ଡକ୍ଟର ସୁରେନ୍ଦ୍ର ମିଶ୍ର , ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର ଓ ସଂଗଠକ ଆଲୋକ ପ୍ରଧାନ, କଳାପାହାଡ଼ ଦ୍ୱାରା ବ୍ରହ୍ମହରଣ ସ୍ଥଳ ବ୍ରହ୍ମପଡାସ୍ଥ ଜଗନ୍ନାଥ ମନ୍ଦିର ଓ ଶହଶହ ବର୍ଷ ଧରି ଜଳୁଥିବା ଧୂନୀ ଦର୍ଶନ କରିବା ସହ ଖୁବ୍ ଶୀଘ୍ର ଏହି ସ୍ଥଳ ର ବିକାଶ ପାଇଁ ସରକାରଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l