April 30, 2026

ଆନନ୍ଦ ଉଲ୍ଲାସ ରେ ଗୁଡ୍ ଫ୍ରାଇଡେ ପାଳନ

IMG-20230408-WA0009
Share

ବ୍ରାହ୍ମଣୀଗାଁ ତା:୦୭/୦୪ ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ଚର୍ଚ୍ଚ ରେ ଗୁଡ଼ ଫ୍ରାଇଡେ ପର୍ବ କୁ ମହା ଆନନ୍ଦରେ ପାଳନ କରାଯାଇଛି। ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ର ମୂଖ୍ୟ ଯାଜକ ରବି ସଭା ସୁନ୍ଦର ଙ୍କ ନେତୃତ୍ବ ରେ ଗୁଡ଼ ଫ୍ରାଇଡେ ର ସମସ୍ତ ରୀତି କାନ୍ତି ସମ୍ପାଦନ କରଯାଇଥିଲା, କାଥ ଲିକ ସମ୍ପ୍ରଦାୟର ବିଶ୍ୱାସୀ ମାନେ ସକାଳ ସମୟରେ ଚର୍ଚ୍ଚ ପ୍ରାଙ୍ଗଣ ରେ ରୁଣ୍ଡ ହୋଇ ଏକ ଶୋଭଯାତ୍ରାରେ ବାହାରି ସ୍ଥାନୀୟ ଗୁମ୍ଫା ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରଭୁ ଯୀଶୁଙ୍କ କୃଶ୍ୟ ଯାତନା କୁ ସ୍ମରଣ କରି ଭକ୍ତିକ୍ରୀୟା ପ୍ରାର୍ଥନା ସହ କୃଶ୍ୟପଥ କରିଥିଲେ। ଏହି ଭକ୍ତି କ୍ରିୟା ପ୍ରାର୍ଥନା ସମୟରେ ଶିକ୍ଷୟିତ୍ରୀ ସରିତା ଦାସ, ବିକ୍ରମ ବସ୍ତିରାଇ, ଓ ଶିକ୍ଷକ ନରହରି ପାଲଟା ସିଂ ପ୍ରଭୁଙ୍କ ବାଣୀ ପରିବେଷଣ କରିଥିଲେ।
ଅପରାହ୍ନ ତିନିଟାରୁ ଉପାସନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଏହି ଦିନରେ ଯୀଶୁଙ୍କ କୃଶୀୟ ମୃତ୍ୟୁ ଭୋଗ ଓ ଯାତନା ବିବରଣୀ ବାଇବଲ ରୁ ପଠନ କରଯାଇଥିଲା। ଯାଜକ ରବି ସଭା ସୁନ୍ଦର ଗୁଡ଼ ଫ୍ରାଇଡେ ପାଳନ ର ମାହାତ୍ମ୍ୟ, ମନୁଷ୍ୟ ଜାତି ମନ ପରିବର୍ତ୍ତନ କରି କିଭଳି ଈଶ୍ବରଙ୍କ ନିକଟବର୍ତ୍ତୀ ହୋଇପାରିବେ ଏବଂ ପାପ ପଥ ରୁ ଉଦ୍ଧାର ପାଇ ପାରିବେ ସେ ନେଇ ଉପସ୍ଥିତ ଜନତାଙ୍କ ନିକଟରେ ବାକ୍ୟ ପରିବେଷଣ କରିଥିଲେ।
ଆୟୋଜିତ ଉପାସନା ଓ ଯଜ୍ଞ କାର୍ଯ୍ୟକ୍ରମ ରେ ସହକାରୀ ଯାଜକ କପିଳାସ ନାୟକ ଓ ରଶ୍ମି କାନ୍ତ ବଳିଆର ସିଂ ସହଯୋଗ କରିଥିବା ବେଳେ ଭ୍ରାମ୍ୟ ମାଣ ପ୍ରଚାରକ ବିଜୟ ମନ୍ତ୍ରୀ, ନିରଞ୍ଜନ ସିଂ, ପ୍ରଚାରିକା କଲ୍ୟାଣୀ ସଭାପତି ପ୍ରାର୍ଥନା ପରିଚାଳନା କରିଥିଲେ, ଥାମାସ ନାୟକ ଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିଲେ, ହୋଲିକ୍ରସ ସଙ୍ଘ ସେବାଭଗ୍ନି ଗଣ, ଗ୍ରାମ୍ୟ କମିଟି କର୍ମକର୍ତ୍ତା ଓ ଖ୍ରୀଷ୍ଟୀୟ ଯୁବସଂଘ ବିଭିନ୍ନ ସାଜସଜ୍ଜା ଓ ପରିଚାଳନା ରେ ସହଯୋଗ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed