April 28, 2026
IMG-20230408-WA0027
Share

ବୁଗୁଡା:-ତା-୦୮-୦୪-୨୦୨୩
ସମଗ୍ର ଦେଶର ଶିକ୍ଷାୟତନ ଗୁଡିକରେ ବୈଷୟିକ ଜ୍ଞାନ ର ବିକାଶ ନିମନ୍ତେ ସରକାର ବହୁ ବ୍ୟବସ୍ଥା କରିଥିବା ବେଳେ ବ୍ରହ୍ମପୁର ମହାନ୍ ସଂଘର ସଭପତି ସୁଶାନ୍ତ ସାବତଙ୍କ ତତ୍ତ୍ବାବଧାନରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବିଜ୍ଞାନ ସ୍ରୋତର ଛାତ୍ରଛାତ୍ରୀ ମାନେ ଆଜି ନୁଆଁଗାଁ ସ୍ଥିତ ଆସିକା ଚିନି କାରଖାନା ଶିଳ୍ପାୟାନ ବୁଲି ଦେଖିଛନ୍ତି।
ଶିଳ୍ପାୟାନ ପ୍ରତି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ରରିବା ନିମନ୍ତେ ମହାନ୍ ସଙ୍ଘ ପକ୍ଷ ରୁ ଏହି ପଦକ୍ଷେପ ନିଆ ଯାଇଥିଲା।
ଅଧିକାଂଶ ଛାତ୍ର ଛାତ୍ରୀ ଶିକ୍ଷା ପରେ ଚାକିରି ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି। ସେମାନଙ୍କ ମଧ୍ୟରେ ସ୍ବାବଲମ୍ବୀ ମନୋଭାବ ସୃଷ୍ଟି କରିବା ସହ, ଶିଳ୍ପ ପ୍ରତିଷ୍ଠା କରିବା ଓ କଳକାରଖାନା ଉପରେ ଜ୍ଞାନ ଆହାରଣ କରିବା ନିମନ୍ତେ ଭାରତ ସରକାରଙ୍କ ର ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ସହୋଯୋଗରେ ବାଲିପଦର୍ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅସ୍କା ଚିନି ଶିଳ୍ପ ଓ ଅନ୍ୟାନ୍ୟ କାରଖାନା ପରିଦର୍ଶନ ସହ ତାଲିମ ପ୍ରଦାନ କର୍ଯାଇଥିଲା ମହାନ୍ ସଂଘ ସଂଘର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ,କଲେଜ ଅଧକ୍ଷ ଶ୍ରୀ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର,ସମାଜସେବୀ ବଂଶୀଧର ନାୟକ, ସୁରେନ୍ଦ୍ର ନାହାକ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପ୍ରମୋଦ ପାଢ଼ୀ, ସଞ୍ଜୟ ଦାସ, ଅଧ୍ୟାପକ ସରୋଜକାନ୍ତ ଦାସ,କାହ୍ନୁ ଚରଣ ଦାସ, ଡେମନଷ୍ଟେଟର ପ୍ରଦ୍ୟୁମ୍ନ କୁମାର ପାଢୀ, ଜ୍ଞାନ ଚାନ୍ଦ ଗୌଡ, ରମାକାନ୍ତ ରାଉତ ପ୍ରମୁଖସମେତ ମହାବିଦ୍ୟାଳୟ ର କର୍ମଚାରୀ ଓ ଚିନି ଶିଳ୍ପ ବରିଷ୍ଠ କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନ କରାଇ ଥିଲେ।
—–:–*–:——-

You may have missed