April 1, 2025

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ କର୍ମଶାଳା..

Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଗୁଣପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାମନାଗୁଡା, ଗୁଣପୁର,ପଦ୍ମପୁର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୁଣପୁର,ପଦ୍ମପୁର ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲ ରେ ନିଆଁ ଲାଗିଥାଏ।ପ୍ରାୟତଃ ମନ୍ୟୁଷ୍ୟକୃତ୍ୟ ଜଙ୍ଗଲରେ ନିଆଁ ଲାଗିଥାଏ।ମହୁଲ ଗୋଟାଇବା,ପଢୁଚାଷ କରିବା,କାଜୁ ସଂଗ୍ରହ କରିବା ନିମନ୍ତେ ଜଙ୍ଗଲରେ ଲୋକେ ନିଆଁ ଲଗେଇ ଦିଅନ୍ତି, ଏହାକୁ ପ୍ରତିହତ କରିବା ପାଇଁ ସଚେତନ ଆବଶ୍ୟକ ଓ ଗୁଣପୁର ରେଞ୍ଜରେ ବହୁଳ ଭାବରେ ସଚେତନ କରାଯାଉଛି।ଯଦ୍ୱାରା ଚଳିତ ବର୍ଷ ନିଆଁ ଲାଗିବା ପରିମାଣ ପୁରା କମିଯାଇଛି ଓ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଞ୍ଜର ଗଙ୍ଗାଧର ମିଶ୍ର ସୂଚନା ଦେଇଥିଲେ।ଅଗ୍ନିଶମ ସେବା ସଂସ୍ଥା, ସ୍ୱାସ୍ଥ୍ୟ,ଗ୍ରାମ୍ୟ ଜଳ ଯୋଗାଣ, ଆଦିବାସୀ ଉନ୍ନୟନ ସଂସ୍ଥା ଭଳି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ରେଞ୍ଜର ଗଙ୍ଗାଧର ମିଶ୍ର ସଂଯୋଜନା କରିଥିବା ବେଳେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ।