ଅନନ୍ତ ଦାସ ଥିଲେ ପ୍ରବୀଣ ରାଜନୈତିଜ୍ଞ : ରବୀନ୍ଦ୍ର ଜେନା

ବାଲେଶ୍ୱର(ଶେଖ ନଜିମ): ଭୋଗରାଇର ପୂର୍ବତନ ବିଧାୟକ ତଥା ଭୂତପୂର୍ବ ମନ୍ତ୍ରୀ ଅନନ୍ତ ଦାସ ଥିଲେ ଜଣେ ପ୍ରବୀଣ ରାଜନୈତିଜ୍ଞ ଓ ଦୃଢ଼ ପ୍ରଶାସକ। ଓଟି ରୋଡ ସ୍ଥିତ ରବୀନ୍ଦ୍ର କୁମାର ଜେନାଙ୍କ କାର୍ଯ୍ୟାଳୟ ରେ ଆଜି ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ଶୋକସଭାରେ ଏକଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର ଜେନା ଉଲ୍ଲେଖ କରିଛନ୍ତି। ଶ୍ରୀ ଜେନା କହିଥିଲେ କି ଭୋଗରାଇରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଦାସ ଯୁବାବସ୍ଥାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟଧାରା ଆରମ୍ଭ କରି ଅବସର ନେବାପରେ ରାଜନୀତିକୁ ଆସିଥିଲେ। ବିଗତ ୨୦ ବର୍ଷ ଧରି ସେ ବାଲେଶ୍ୱର ସମେତ ସମଗ୍ର ରାଜ୍ୟରେ ଜଣେ ଦୃଢ଼ମନା ରାଜନୈତିକ ନେତା ଭାବେ ପରିଚିତ ହୋଇପାରି ଥିଲେ। ଶିଳ୍ପ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିବାବେଳେ ସେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଯାଇଛନ୍ତି। ବରିଷ୍ଠ ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଶଶୀ କୁମାର ସାହୁ, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ରାଜ୍ୟ ଯୁବ ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଜଳେଶ୍ୱର ବ୍ଲକ୍ ଚେୟାରମ୍ୟାନ ମାନସ ଜେନା, ସଦର ବ୍ଲକ୍ ଅଧ୍ୟକ୍ଷା ସୁନିତା ବେହେରା, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ତାପସ ପରିଡ଼ା, ଛାତ୍ର ସଭାପତି ସିମନ ଦାସ ମହାପାତ୍ର, କୁରୁଡ଼ା ସରପଂଚ ତାପସ ପାଣିଗ୍ରାହୀ, ଭୋଗରାଇର ତପନ ପଣ୍ଡା, ସିମୁଳିଆର ଗୌରାଙ୍ଗ ପାଣିଗ୍ରାହୀ, ପୂର୍ବତନ ଚେୟାରମ୍ୟାନ ଆଲୋକ ସାହୁ, ଅର୍ବାନ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ରେମୁଣା ନେତ୍ରୀ ବିଦ୍ୟାସ୍ମିତା ମହାଳିକ, ଅଜୟ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ବନ୍ଦିତା ନାୟକ, ଗିରୀଶ ଚନ୍ଦ୍ର ଦତ, କବିତା ପାଣି, ସଞ୍ଜୟ ସେଠୀ, ଜ୍ୟୋତି ବାରିକ, ଗୋବିନ୍ଦ ଦାସ, ଶ୍ରମିକ ନେତା ଶାନ୍ତୁନୁ ଦାସ, ଭାଇସ ଚେୟାରମ୍ୟାନ ସଞ୍ଜିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ନୀଳଗିରି ସଭାପତି ବିଜୟ ଲେଙ୍କା, କଲ୍ୟାଣୀ ବାରିକ, ପୌରପାଳିକା ର କାଉନସିଲର୍ ସଞ୍ଜୀବ ଦାସ, ସଲିମା ବିବି, ଶକ୍ତିପଦ ରାୟ, ଅନୀରୁଦ୍ଧ ପ୍ରଧାନ, ଭାଗବତ ସାହୁ, ମାନସ ଦାସ ପଟ୍ଟନାୟକ, ଭୋଗରାଇର ତପନ ପଣ୍ଡା, ସିମୁଳିଆ ର ଗୌରାଙ୍ଗ ପାଣିଗ୍ରାହୀ, ସରୋଜିନୀ ମହାପାତ୍ର, ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି,ହେମନ୍ତ ମହାନ୍ତି, ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ,ଭାରତ ଭୂଷଣ ଦାସ, ଯୁବ ନେତା ହେମନ୍ତ ମହାନ୍ତି, ଅସିତ ଦାସ, ରୋଜି ପଟ୍ଟନାୟକ, କାଉନସିଲର୍ ରଞ୍ଜିତା ମହାପାତ୍ର, ସୋନାଲି ଶାହା, ସୁଜାତା ମହାପାତ୍ର, ଆଶ୍ରିତା ତରେଇ, ମିନତୀ ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ସହ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।