May 10, 2026

ଜମି ଜମା ବିବାଦ କୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା..

IMG-20250324-WA0048
Share

 

 

ଖନ୍ତାପଡ଼ା ( ଦେବାଶିଷ ଦାଶ )

ଖନ୍ତାପଡ଼ା ଥାନା ତୁଣ୍ଡୁରା ଗ୍ରାମ ରେ ଗୋଟିଏ ପରିବାର ମଧ୍ୟ୍ୟ ରେ ଜମିଜମା ବିବାଦ କୁ ନେଇ ଆଜି ଉଗ୍ର ରୂପ ଦେଖିବାକୁ ମିଳିଛି। କୋର୍ଟ ରେ ଦୀର୍ଘ ୧୫ ବର୍ଷ ହେବ ଉଭୟ ପରିବାର ଜମି ଜମା ମାମଲା ବିଚାରଧୀନ ଥିବା ବେଳେ ସେହି ଜମିରେ ଗୋହାଳ ଘର କରିବା କୁ ନେଇ ଉଭୟ ପରିବାର ମଧ୍ୟ୍ୟ ରେ ବଚସା ହେବା ସହ ଉଭୟ ଙ୍କ ମଧ୍ୟ୍ୟ ରେ ଶନିବାର ଗଣ୍ଡଗୋଳ ମଧ୍ୟ୍ୟ ହୋଇଥିବା ଉଭୟ ପକ୍ଷ୍ୟ ରୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷ୍ୟ ରୁ କୌଣସି ତଦନ୍ତ ଆରମ୍ଭ କରିବା ପୂର୍ବରୁ  ଆଜି ସକାଳେ ଉକ୍ତ ଘଟଣା କୁ ନେଇ ଉଗ୍ର ରୂପ ଦେଖିବାକୁ ମିଳିଛି । ଉଭୟ ପରିବାର ର ମହିଳା ଓ ପୁରୁଷ ମାନଙ୍କ ମଧ୍ୟ୍ୟ ରେ ଠେଙ୍ଗା, ବାଡ଼ି ଓ କଟୁରୀ ରେ ମରଣାନ୍ତକ ଆକ୍ରମଣ ହେବା ଫଳରେ ଉଭୟ ପରିବାର ବହୁ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ  ଏହି ଘଟଣା ରେ ଅଭିଯୋଗ କାରିଣୀ ଝୁନୁଲତା ଯେନା  ଙ୍କ ପରିବାର ର ୫ ଜଣ ଶଙ୍କଟାପର୍ଣ୍ଣ ଥିବା ବେଳେ ସବିତା ଯେନା ଙ୍କ ପରିବାର ର ଲୋକେ ମଧ୍ୟ୍ୟ ଆହତ ହୋଇଥିବା ଜଣା ପଡିଛି। ଉଭୟ ପରିବାରର ଆହତ ମାନେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ସୂଚନା ରୁ ଜଣା ପଡିଛି। ଏ ନେଇ ଆଜି ଅପରାହ୍ନ ରେ ଉଭୟ ଙ୍କ ପକ୍ଷ୍ୟ ରୁ ପୁଣି ଖନ୍ତାପଡ଼ା ଥାନାରେ ମାରପିଟ ଘଟଣା କୁ ନେଇ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଉଭୟ ପରିବାର ର ଅଭିଯୋଗ ମୂଳେ ଖନ୍ତାପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ପ୍ରାପ୍ତ ସୂଚନା ରୁ ଜଣା ପଡିଛି।