May 10, 2026

ବରେଣ୍ଯ ସାରସ୍ୱତ ସାଧକ ଓ ସମାଜସେବୀଙ୍କ ସ୍ମୃତି ଚାରଣ ସଭା

IMG-20250323-WA0073
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରି ଗ୍ରାମପଞ୍ଚାୟତ କଲ୍ଯାଣ ମଣ୍ଡପ ପରିସରରେ ଡ଼ାକ୍ତର ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦ, ଗଡ଼ଚଣ୍ଡି ସାଂସ୍କୃତିକ ପରିଷଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ କୁପାରି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ଶରତ କୁମାର ବିଶ୍ବାଳ । ଏଥିରେ କବି ମାୟାଧର ନାୟକ, ଶତ୍ରୁଘ୍ନ ଦାସ, ହରିହର ପାଣିଗ୍ରାହୀ, କୁପାରି ସମିତି ସଭ୍ୟ ଅକ୍ଷୟ କୁମାର ଜେନା ଓ ଅବସରପ୍ରାପ୍ତ ବିଇଓ ସୁଦର୍ଶନ ରାଉତ ଅତିଥି ଭାବେ ମଞ୍ଚ ମଣ୍ଡନ କରି ସ୍ବର୍ଗତ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ମହାନ୍ତି ଜଣେ ସୁ-ସାହିତ୍ୟିକ, ସୁସଙ୍ଗଠକ, ସୁମାଜସେବୀ ଥିଲେ । ଜଣେ ହୋମିଓପ୍ୟାଥିକ ଡ଼ାକ୍ତର ଭାବେ ବହୁ ଲୋକଙ୍କୁ ସେବା ପ୍ରଦାନ କରି ଅଞ୍ଚଳ ଇତିହାସରେ ସୁନାମ ଅର୍ଜନ କରିଯାଇଛନ୍ତି, ଯେଉଁଥି ପାଇଁ ସମ୍ପୃକ୍ତ ଅଞ୍ଚଳଵାସୀ ଗର୍ବିତ ଓ ମର୍ମାହତ । ହେଲେ ଅସମୟରେ ତାଙ୍କ ଦେହାନ୍ତକୁ ଅଞ୍ଚଳବାସୀ ସହଜରେ ହଜମ କରିପାରୁ ନାହାନ୍ତି । ଏଥିରେ ସ୍ବର୍ଗତ ମହାନ୍ତିଙ୍କୁ ଭଲ ପାଉଥିବା ଭରତ ଚନ୍ଦ୍ର ଦାସ, ବିଜୟ କୁମାର ମହାପାତ୍ର, ରତ୍ନାକର ପଣ୍ଡା, ସୁଦାମ ଚରଣ ରାଉତ, ପୁରୁଷୋତ୍ତମ ନାୟକ, ଜଳଧର ଦାସ, ବିଶ୍ବନାଥ ନାଇକ, ଚିନ୍ତାମଣି ସେଠୀ, ଅନନ୍ତ କୁମାର ମହାପାତ୍ର, ସୁରେନ୍ଦ୍ର ନାଥ ବଳବନ୍ତରାୟ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ସନ୍ଧ୍ୟାରାଣୀ ପଟ୍ଟନାୟକ, ରଘୁନାଥ ପତ୍ରୀ, ହରେକୃଷ୍ଣ ରାଉତ, ହରେକୃଷ୍ଣ ପଣ୍ଡା, କୈଳାସ ପୃଷ୍ଟି, କବି ନରେନ୍ଦ୍ର ପ୍ରସାଦ ବେହେରା, ବିଷ୍ଣୁ ପ୍ରସାଦ ବହଳୀ, ପ୍ରଭାସ ଦକ୍ଷିଣରାୟଙ୍କ ସମେତ ବହୁ କବି ଓ ସ୍ବର୍ଗତ ମହାନ୍ତିଙ୍କୁ ଭଲ ପାଉଥିବା ପ୍ରତିଭାବାନ ବ୍ଯକ୍ତି ମାନେ ଉପସ୍ଥିତ ହୋଇ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଆତ୍ମାଙ୍କ ସଦଗତି କାମନା ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସ୍ମରଣିକା ” ସ୍ମୃତି ସୌରଭ ” ଉନ୍ମୋଚିତ ହୋଇଥିଲା । ଶେଷରେ ଲକ୍ଷ୍ମୀକାନ୍ତ ବିଶ୍ବାଳଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।