May 10, 2026

ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ରେ ପୁଣି ଜନନୀ ଯନ୍ତ୍ରଣା,ଭାରରେ ୮ କିମି ବୁହା ହେଲେ ଗର୍ଭବତୀ

IMG-20250323-WA0062
Share

 

ପାରଳାଖେମୁଣ୍ଡି(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ୮ କିମି ଭାରରେ ବୁହା ହେଲେ ଗର୍ଭବତୀ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗୋବେଲ ଗ୍ରାମରେ।ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶା ଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ।ସେ ପହଞ୍ଚି ୧୦୮କୁ ଫୋନ୍ କରିଥିଲେ।କିନ୍ତୁ ଗାଁର ରାସ୍ତା ଶୋଚ଼ନୀୟ ଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା। ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାର କରି ଦୀର୍ଘ ୮ କିମି ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ସେଠାରୁ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ମାଁ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।