May 10, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଧୋଡ୍ରା ଠାରେ ଆରମ୍ଭ ହୋଇଯାଇଛି ଧୋଡ୍ରା ମଣ୍ଡେଇ…………..

IMG-20250323-WA0055
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଆରମ୍ଭ ଜୋଇ ଯାଇଛି ଧୋଡ୍ରା ମଣ୍ଡେଇ, ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଉମରକୋଟ ଥାନା ଅଧୀନରେ ଥିବା ଧୋଡ୍ରା ଠାରେ ବହୁ ପୁରାତନ ମାଁ ଇଂଗଲା ଦେବୀଙ୍କ ମଣ୍ଡେଇ ପ୍ରତିବର୍ଷ ହୋଲି ର ଠିକ ଏକ ସପ୍ତାହ ପରେ ଆରମ୍ଭ ହୁଏ ମଣ୍ଡେଇ ଯାତ୍ରା। ବହୁ ପୁରାତନ କାଳରୁ ଚାଲି ଆସିଛି ଏହି ମଣ୍ଡେଇ।ରାଜା ମହାରାଜା ଙ୍କ ଅମଳ ରୁ ଚାଲିଛି ଏହି ମଣ୍ଡେଇ। ତିନି ଦିନ ଧରି ଚାଲିଥାଏ ଏହି ମଣ୍ଡେଇ। ଉକ୍ତ ମଣ୍ଡେଇ ଅଞ୍ଚଳ ର ଅନେକ ଗ୍ରାମରୁ ଲାଠି, ପାଲକି, ସିରା ଆସି ପୂଜା କରିଥାନ୍ତି। ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ବଉଳାଣି ଯାତ୍ରା ଅର୍ଥାତ ମାଁ ଙ୍କୁ ପାଛୋଟି କରି ନିଅନ୍ତି ଉକ୍ତ ଦିନରେ। ଏହି ମଣ୍ଡେଇ କୁ ଉପଭୋଗ କରିବା ପାଇଁ ବହୁ ଦୂର ଦୁରାନ୍ତର ରୁ ଶ୍ରଦ୍ଧାଳୁ, ଦର୍ଶକ ଆସିଥାନ୍ତି। ଲୋକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାର ଦୋକାନ ବଜାର, ଖେଳନା ଦୋକାନ, ମିନାବଜାର ବସିଥାଏ। ଏହି ମଣ୍ଡେଇ ଟିକୁ କମିଟି ସଭାପତି ମହେନ୍ଦ୍ର ଭତ୍ରା, ଉପ ସଭାପତି ଅରୁଣ ପନକା, ସମ୍ପାଦକ ରାକେଶ ଜେନା , କୋଷାଧକ୍ଷ ସୁରେନ୍ଦ୍ର ପନକା, ଉପଦେଷ୍ଟା କେଦାରସ୍ୱର, ବାବୁଲା ସୁନାନୀ, ମାଧବ ପୂଜାରୀ, ମହେଶ୍ୱର ହରିଜନ, ହେମନ୍ତ ପଲେଇ,

ଭଗବାନ ପୂଜାରୀ, ଶୁକୃ ପୂଜାରୀ, ମାଧବ ପୂଜାରୀ, ଦେବସିଂ ପୂଜାରୀ, ସମାରୁ ପୂଜାରୀ, ଭାଦୁ ସିରା, ଲାଇବନ ସିରା ଏବଂ ସଦସ୍ୟ ଙ୍କ ସହଯୋଗ ରେ ସଫଳ କରିଥାନ୍ତି।