March 25, 2025

ବାଲେଶ୍ବର ଜିଲ୍ଲାରେ କାଳ ବୈଶାଖୀ ର କରାଳ ରୂପ..

Share

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ବର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ କାଳ ବୈଶାଖୀ ର ପ୍ରଭାବ ଲାଗି ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି ଜଳେଶ୍ୱରରେ ,

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ସମେତ ଗ୍ରାମାଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ଝଡ଼ ଦେଖିବାକୁ ମିଳିଛି। ସନ୍ଧ୍ୟା ସାଢ଼େ ୫ଟା ସମୟରେ ଆକାଶରେ କଳା ମେଘ ଢାଙ୍କି ଆସିଥିଲା

ଆଉ ଏହାର କିଛି ମିନିଟ୍ ମଧ୍ୟରେ ଖୁବ୍ ଜୋରରେ ଝଡବର୍ଷା ଆରମ୍ଭ ହୋଇଥିଲା।

ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ, ଶ୍ୟାମନଗର, ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି। କାଳବୈଶାଖୀ ଅନୁଭୂତ ଗାଁରେ ବହୁ ଝାଟିମାଟି ଘର ଝଡ଼ବର୍ଷାରେ ଭାଙ୍ଗି ଯାଇଛି। କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ଯାଇଛି। ସେହିପରି ସୋର ରେ ମଧ୍ୟ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି, କେଉଁଠି ବିଦ୍ୟୁତ ଖୁଣ୍ଟି ଓଲଟି ପଡ଼ିଥିବା ବେଳେ ଆଉ କେଉଁଠି ତାର ଛିଣ୍ଡି ପଡ଼ିଛି। ଖବର ଲେଖା ହେବା ଯାଏଁ ବିଦ୍ୟୁତ ସରାବରାହ ବହୁ ଗାଁକୁ ବଚ୍ଛିନ୍ନ ହୋଇ ଯାଇଛି। ଫଳରେ ସନ୍ଧ୍ୟାରୁ ଏସବୁ ଗାଁରେ ପିଇବା ପାଣି ସମସ୍ୟା ସୃଷ୍ଟି କରିଛି।