March 26, 2025

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ।

Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରେ ଥିବା ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଚନ୍ଦ୍ର ଶତପଥି ଙ୍କୁ ଆଜି ବିଦ୍ୟାଳୟ ଓ ଏସଏମସି କମିଟି ପକ୍ଷ୍ୟ ରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଏକ ବର୍ଣ୍ଣାଢ୍ୟ ପରିବେ ରେ ସମାପନ ହୋଇଥିଲା । ଏହି ସଭା ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଉକ୍ତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ସମାଜସେବୀ ସୁଷମା ରାଣୀ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସଏମସି କମିଟି ସଭାପତି ରବୀନ୍ଦ୍ର ନାୟକ,ପଣ୍ଡାମାଣ କାହାଣୀ କ୍ଲଷ୍ଟର ର ସିଆରସିସି ତପସ୍ୱିନୀ ରାଉତ, ଫକୀର ମୋହନ ଉପ୍ରା ବିଦ୍ୟାଳୟ ର ପ୍ରାଧନ ଶିକ୍ଷକ ବିବେକାନନ୍ଦ ସାହୁ,ବିଦ୍ୟାଧର ମିଶ୍ର,ଚିନ୍ତାମଣି ରାଉତ, ସୁଶାନ୍ତ ପଣ୍ଡା, ପ୍ରଭାତ ରଞ୍ଜନ ଗିରି, ସୋମନାଥ ମହାନ୍ତି, ଭାଗିରଥି ସ,ବୈଷ୍ଣବ ବାରିକ, ମିନାକ୍ଷୀ ମଳିକ, ସୋମନାଥ ମଳିକ,ରାଜେଶ କବି ପ୍ରମୁଖ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ଦୀର୍ଘ ଚାରି ବର୍ଷ ରୁ ଉର୍ଦ୍ଧ ବିଦ୍ୟାଳୟ ରେ ନିଜର ଦାୟିତ୍ୱ କୁ ସୁଚାରୁରୂପେ ନିର୍ବାହ କରିଥିବା ଏବଂ ସେ ଜଣେ ଛାତ୍ର ବତ୍ସଳ, ସ୍ନେହୀ ଏବଂ ଉଦାର ମଣିଷ ଥିଲେ ବୋଲି ନିଜର ଅଭିବାଦନ ରେ ପରିପ୍ରକାଶ କରିଥିଲେ। ଏହି ବିଦ୍ୟାଳୟ ରେ ସେ ବିଜ୍ଞାନ ଓ ଗଣିତ ବିଭାଗ ର ଅଗାଢ଼ ପାଣ୍ଡିତ୍ୟ ରଖି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଦାନ କରି ସମସ୍ତ ଙ୍କ ନିକଟରେ ଅତି ଆପଣାର ହୋଇ ପ୍ରିୟ ଶିକ୍ଷକ ହୋଇ ପାରିଥିବାରୁ ଆଜିର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ପର୍ବ ରେ ଛଳ ଛଳ ଆଖିରେ ସମସ୍ତ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ବିଦ୍ୟାଳୟ ର କମିଟି ଏବଂ ଗ୍ରାମବାସୀ ବିଦାୟ ଦେଇଥିଲେ। ସେହିପରି ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ, କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଓ ସଭ୍ୟା ଅନ୍ୟାନ୍ୟ ଗ୍ରାମବାସୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ଲକ୍ଷ୍ମୀ ନାରାୟଣ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାପତି ମାନସୀ ମଲ୍ଲିକ ସମ୍ପାଦିକା ମିନତୀ ମଲ୍ଲିକ ଉପସ୍ଥିତ ଥିଲେ। ବିଦ୍ୟାଳୟ ପକ୍ଷ୍ୟ ରୁ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ଛାତ୍ରଛାତ୍ରୀ ଭବ୍ୟ ସ୍ୱାଗତ ଜଣାଇ ଫୁଲ ଓ ଚନ୍ଦନ ଲଗାଇ ବିଦ୍ୟାଳୟ କୁ ପାଛୋଟି ନେଇଥିଲେ। ବିଦାୟ ସମୟ ରେ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ “ଆଜି ର କାର୍ଯ୍ୟ କୁ ଆଜି ସମାପ୍ତ କରିବା ଏବଂ ସମୟ ଥାଉଁ ଥାଉଁ ସଜାଗ ହେବା ସହ ନିଜକୁ ବଡ଼ ନୁହଁ କର୍ମ ରେ ବଡ଼ ହୋଇ ସମାଜ ପାଇଁ ଉଦାହରଣ ସାଜିବା ” ବୋଲି ଉପଦେଶ ଦେଇଥିଲେ। ପରି ଶେଷରେ ଶିକ୍ଷକ ସଂଜୟ କୁମାର ଲୋହର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରରିପେକ୍ଷୀ ରେ ସୁଦୂର ଭଦ୍ରକ ଜିଲ୍ଲା ବାସୁଦେବପୁର ରୁ ମଧ୍ୟ୍ୟ ସହ ଶିକ୍ଷକ ତଥା ପୁରାତନ ଛାତ୍ର ସଂସଦ ପକ୍ଷ୍ୟ ରୁ ଜିରିତାଳ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଉପସ୍ଥିତ ହୋଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।