May 10, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକ ଙ୍କୁ ଆକ୍ରମଣ ସନ୍ଦେହ,

IMG-20250322-WA0047
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଭିଣୋଇକୁ ତେଲେଙ୍ଗା କଟୁରୀରେ ହାଣିଲା ଶଳା, ହାତ ଓ ମୁଣ୍ଡକୁ ହାଣି ଥିବା ବେଳେ ଗୁରୁତର ଅବସ୍ଥା ରେ ପ୍ରଥମେ ସୋର ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର l ସୋର ଥାନା ଶିରାପୁର ଛକ ନିକଟରେ ଜଣେ ଯୁବକଙ୍କୁ ଆଠ ଜଣ ଯୁବକ ସଙ୍ଗବଦ୍ଧ ଭାବରେ ତେଲେଙ୍ଗା କଟୁରୀ ରେ ଗୋଡେଇ ଗୋଡେଇ ହାଣିଲେ l ସୋର ଥାନା ଶିରାପୁର ଗ୍ରାମର ୨୩ ବର୍ଷୀୟ ଦୀପକ ଜେନା ଆଜି ସନ୍ଧ୍ୟାରେ ଶିରାପୁର ହନୁମାନ ଛକ ନିକଟରେ ଠିଆ ହୋଇଥିବା ବେଳେ ହଠାତ ଆଠ ଜଣ ଯୁବକ ତିନୋଟି ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ଫଳରେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ,ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ପାରିବାରିକ କଳହ କାରଣରୁ ତାଙ୍କ ଶଳା ଲୋକ ଲଗାଇ ଏପରି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳିଛି।