May 10, 2026

ଲକ୍ଷାଧିକ ଟଙ୍କାର ୫ ଖଣ୍ଡ ଶାଳ କାଠଗଣ୍ଡି ଜବତ 

IMG-20250321-WA0038
Share

 

ବୁଗୁଡା : ତା ୨୧/୦୩/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲରୁ ୯୦.୧୧ ଘନ ଫୁଟ ପରିମାଣର ୫ ଖଣ୍ଡ ଶାଳ କାଠଗଣ୍ଡି ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ ଗଛ କଟାଯାଇ ଚୋରା ଚାଲାଣ ହେବାକୁ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗତକାଲି ଅପରାହ୍ନରେ ବନ ବିଭାଗ ପକ୍ଷରୁ ସେଠାରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ଯର ଶାଳକାଠ ଗଣ୍ଡି ଜବତ କରାଯାଇଥିଲା। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟରେ ବନପାଳ ପଲ୍ଲଭି ନନ୍ଦ, ଶୁଭ୍ରାଙ୍ଗ ରଇତ ଓ ରିଙ୍କୁ ସେଠୀଙ୍କ ସମେତ ସ୍କାର୍ଡ କର୍ମଚାରୀମାନେ ସାମିଲ ଥିଲେ।