May 10, 2026

ଷଷ୍ଠ ଶ୍ରେଣୀ ଛାତ୍ରର ସଂନ୍ଦେହ ଜନକ ମୃତ୍ୟୁ, ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର।

IMG-20250320-WA0035
Share

 

ଗୁଣୁପୁର ( ସୁରେନ୍ଦ୍ର ମହାନ୍ତି )ଗତକାଲି ସଂନ୍ଧ୍ୟାରେ ଜଣେ ଷଷ୍ଟ ଶ୍ର୍ରେଣୀ ଛାତ୍ରର ସଂନ୍ଦେହ ଜନକ ମୃତ୍ୟୁ ଘଟିଛି। ମୁତକ ଛାତ୍ର ହେଲେ ସନ୍ଦିପ୍ ପାଲକା ବୟସ ୧୩ ବର୍ଷ ରହିଛି। ମୁତକ ଛାତ୍ର ଗୁଣୁପୁର କେନ୍ଦ୍ରିୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଶିକ୍ଷା ଅର୍ଜନ କରୁଥିଲେ। ମୃତକ ଛାତ୍ର ପ୍ରଦୀପ ପାଲକା ଙ୍କ ପୁଅ। ପ୍ରଦୀପ ପାଲକାଙ୍କ ପରିବାର ପୁରୁଣାଗୁଣୁପୁର ସ୍ଥିତ ବାଲିଜିନଗର ଠାରେ ଭଡାଟିଆ ଘରେ ରହୁଥିଲେ। ପ୍ରଦୀପ ପାଲକା ଓ ତାଙ୍କ ପତ୍ନୀ ଉଭୟ ଶିକ୍ଷକତା କରୁଛନ୍ତି। ନିଜ ଘର ତିଆରି ଚାଲିଥିବା କହିଛନ୍ତି ମୃତ ଛାତ୍ର ର ବାପା। ଘର କାମରେ ସ୍ବାମୀ ଓ ସ୍ତ୍ରୀ ବାହାରକୁ ଯାଇଥିଲେ। ଘରକୁ ଫେରିବା ପରେ ମୃତ ଛାତ୍ର ଜଣକ ରହୁଥିବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି ପ୍ରଦୀପ। ସଙ୍ଗେ ସଙ୍ଗେ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଛାତ୍ରର ମୃତ୍ୟୁ ହୋଇସାରିଥିବା କହିଥିଲେ। ଏନେଇ ଗୁଣୁପୁର ଥାନାରେ ପ୍ରଦୀପ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ମୃତ୍ୟୁ ର କାରଣ ଅଷ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି । ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡି ତଦନ୍ତ କରାଯାଉଛି ବୋଲି ଗୁଣୁପୁର ପୁଲିସ ଥାନା ଅଧିକାରି ଉତମ କୁମାର ସାହୁ କହିଛନ୍ତି। ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବା ନେଇ ପୁଲିସ୍ କହୁଥିବା ବେଳେ ୧୩ ବର୍ଷ ର ଛାତ୍ର ଆତ୍ମହତ୍ୟା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସଂମ୍ପର୍କୀୟ ଓ ଅଞ୍ଚଳ ବାସିନ୍ଦା। ମୃତ୍ୟୁ ର କାରଣ ଅଷ୍ପଷ୍ଟ ରହିଛି ପାରିବାରିକ ଅସାନ୍ତି ନଥିବା ପ୍ରତିକ୍ରିୟା ରଖୁଛନ୍ତି ମୃତକ ପୁଅ ର ବାପା ପ୍ରଦୀପ ପାଲକା। ମାନସିକ ଚାପ ରେ ଛାତ୍ର ରହୁଥିବା ନେଇ ପୁଲିସ୍ ଅନୁମାନ କରୁଥିବା ବେଳେ। ପାରିବାରିକ ଅସାନ୍ତି ଥାଇପାରେ ବୋଲି ପୋଲିସ୍ ଅନୁମାନ କରୁଥିବା ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍ ସହୋଯାଗରେ ପୁଲିସ୍ ତଦନ୍ତ କରି ଶବବ୍ୟବଛେଦ କରାଯିବା ପାଇଁ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ର ଶବବ୍ୟବଛେଦ ଗୃହରେ ଭର୍ତୀ କରାଯାଇଛି। ଶବବ୍ୟବଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ଗୁଣୁପୁର ଥାନା ଅଧିକାରି କହିଛନ୍ତି।