ଶାରଳା ପଞ୍ଜିକା -୨୦୨୫/୨୬ ଉନ୍ମୋଚନ ଉତ୍ସବ !

ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ ଶାରଳା ଦେବୀ ଙ୍କ ମହିମା ଓ ମାହାତ୍ମ୍ୟ ଜଗତ ବିଦିତ ଥିବାବେଳେ, ଶାରଳାଙ୍କ ନାମାନୁସାରେ ଏକ ନିର୍ଭୁଲ ପଞ୍ଜିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି !ଗତ ଦୋଳ ପୂର୍ଣ୍ଣିମା ଅବସରରେ ସାରଳା ଦାସ ସ୍ମ୍ରତି ସଂସଦ ଭୂବନେଶ୍ବର ଅନୁଷ୍ଠାନ ତରଫରୁ ଆଜିକୁ ଦଶ ବର୍ଷ ହେବ ପ୍ରକାଶ ପାଇ ଆସୁଥିବା ଶାରଳା ପଞ୍ଜିକା ଆଜି ତାର ୨୦୨୫-୨୬ ବର୍ଷର ବିଶେଷ ପ୍ରକାଶନ ମା’ ଶାରଳାଙ୍କ ପଦ ପଙ୍କଜରେ ପୂଜାର୍ଚ୍ଚନାନ୍ତେ ଅନୁଷ୍ଠାନର ସଭ୍ୟ ଓ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ଲୋକାର୍ପଣ କରା ଯାଇଛି ! ଉକ୍ତ କାର୍ଯ୍ଯକ୍ରମରେ ମା’ଙ୍କ ମୂଖ୍ୟ ପୂଜକ ରଂଜନ କୁମାର ପଣ୍ଡା,ପଞ୍ଜିକା ଗଣନାକାର ଜ୍ୟୋତିଷ ବାରିଧୀ ପ୍ରଦିପ୍ତ କୁମାର ବିଶ୍ବାଳ ,ଅନୁଷ୍ଠାନର ଉପସଭାପତି ବିକାଶ ଚନ୍ଦ୍ର ପରିଜା, ଭୂତତ୍ବବିତ୍ ଅନୁପ କୁମାର ରାଉତ,ଡଃ. ଦୀପ୍ତିରଂଜନ ମହାନ୍ତି,ବରିଷ୍ଠ ସଦସ୍ୟ ସୁକାନ୍ତ କୁମାର ଦାସ,ପରମାନନ୍ଦ ମିଶ୍ର, ସାରଳାଦାସ ସାଂସ୍କ୍ରୁତିକ ପରିଷଦର ସଂପାଦକ ଚିତ୍ତରଂଜନ ପରିଜା, ଚନ୍ଦ୍ରକାନ୍ତ ପାଢି,ଶାରଳା ପଞ୍ଜିକାର ସଂକଳକ ତ୍ରୀନାଥ ବାରିକ, ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ସାହୂ, ନିତ୍ୟାନନ୍ଦ ନାୟକ, ଅନୀଲ କୁମାର ମହାନ୍ତି, ବିଶ୍ବନାଥ ରାଉଳ, ତନୟ କୁମାର ରାଉଳ, ଲକ୍ଷ୍ମୀଧର ମହାପାତ୍ର, ରଘୁନାଥ ପଣ୍ଡା, ଜ୍ୟୋତିଷ ନିରଂଜନ ଆଚାଯ୍ୟ ପ୍ରମୁଖ ଉପସ୍ଥିତ ରହି ଶାରଳା ପଞ୍ଜିକାର ଭୂୟସୀ ପ୍ରସଂସା କରିଥିଲେ ! ଉତ୍ସବ ଶେଷରେ ପ୍ରଭାତ କୁମାର ପରିଜା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ !
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !