May 10, 2026

ଆମ ଅଗଣାର ସଜଫୁଲ ପରିବାର’ (ଯାହାକି ରାଜ୍ୟର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ )ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ଥିଏଟର (ଏ)ବଡ଼ଦାଣ୍ଡ ,ପୁରୀରେ ଏକ ବିଶାଳ ଏବଂ ରାଜ୍ୟସ୍ତରୀୟ ସାହିତ୍ୟ କାର୍ଯ୍ୟକ୍ରମ

IMG-20250317-WA0037
Share

 ‘ଆମ ଅଗଣାର ସଜଫୁଲ ପରିବାର’ (ଯାହାକି ରାଜ୍ୟର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ )ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ଥିଏଟର (ଏ)ବଡ଼ଦାଣ୍ଡ ,ପୁରୀରେ ଏକ ବିଶାଳ ଏବଂ ରାଜ୍ୟସ୍ତରୀୟ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅନୁଷ୍ଠାନର ବାର୍ଷିକ ଉତ୍ସବ ଉପଲକ୍ଷ୍ୟେ ସାରା ରାଜ୍ୟରୁ ପାଖାପାଖି ତିନି ଶହ କବି/କବୟିତ୍ରୀ ଅଂଶଗ୍ରହଣ କରିବା ସହ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କର ପୌରହିତ୍ୟରେ ସାହିତ୍ୟ ଆଲୋଚନା କବିତା ପାଠ ଏବଂ ସମ୍ବର୍ଦ୍ଧନା ସଭା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ‘ଆମ ଅଗଣାର ସଜଫୁଲ’ ନାମରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ହେବା ସହିତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ‘ବିନ୍ଦୁଏ ସିନ୍ଦୂର’,କବୟିତ୍ରୀ ସ୍ବର୍ଣ୍ଣଲତା ଲେଙ୍କାଙ୍କର କବିତା ସଙ୍କଳନ ‘ବେଳାଭୂମି’ କବୟିତ୍ରୀ ଲିପି ନାୟକଙ୍କର କବିତା ସଙ୍କଳନ ‘ଗୁପ୍ତ ମନ୍ଦାକିନୀ’ ଏବଂ କବି ଶୁଭେନ୍ଦୁ ମେହେରଙ୍କର କବିତା ‘ଅଦୃଶ୍ୟ ଘୁଙ୍ଗୁର’ ସଙ୍କଳନ ଉନ୍ମୋଚିତ ହୋଇଥିଲା।ଏହି କ୍ରମରେ ସ୍ୱର୍ଗବାସୀ ପଦ୍ମ ଭୂଷଣ ରମାକାନ୍ତ ରଥଙ୍କର ଅମର ଆତ୍ମାର ସଦଗତି କାମନା ପୂର୍ବକ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ସଭାରେ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତ ବିଶ୍ୱବିଦ୍ୟାଳୟର ବେଦାଚାର୍ଯ୍ୟ ଡକ୍ଟର ରାମ ଚନ୍ଦ୍ର ହୋତା,ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ, ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଡକ୍ଟର ସନ୍ତୋଷ ପାତ୍ର ଥିବାବେଳେ ସଭା ପରିଚାଳନା ଏବଂ ସହଯୋଗରେ ଅନୁଷ୍ଠାନର ସମ୍ପାଦକ ପ୍ରଦ୍ୟୁମ୍ନ ଭୁତିଆ,କୁଞ୍ଜବିହାରି ଦଳାଇ, କମଳିନୀ ପାଣିଗ୍ରାହୀ,ସୁସ୍ମିତା ବାଭୀ, ସୁପ୍ରିୟା ମହାନ୍ତି ,ପ୍ରିୟବ୍ରତ ଦେହୁରୀ,ଦେବକୀ ଭୁତିଆ ଇତ୍ୟାଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ