March 17, 2025

ଏକ ନିଆରା ପରମ୍ପରା ରେ ଆୟୋଜିତ ହୁଏ , ଝଙ୍କଡ଼ ସାରଳା ଙ୍କ ଦୋଳ ଉତ୍ସବ 

Share

ତିର୍ତ୍ତୋଲ ::-ଓଡ଼ିଶାର ପୁରପଲ୍ଲୀରେ, ବୈଷ୍ଣବଧର୍ମ ଅନୁସାରେ, ଦୋଳପର୍ବ ପାଳନ କରାଯାଉଥିବା ବେଳେ, ଝଙ୍କଡ଼ର ସାରଳା ପୀଠ ରେ ଏହା ଏକ ସ୍ୱତନ୍ତ୍ର ଭାବେ ପାଳନ କରାଯିବା ପରିଲକ୍ଷିତ ହୋଇଥାଏ । ଏଠାରେ ଶାକ୍ତ ଧର୍ମ ଓ ବୈଷ୍ଣବ ଧର୍ମର ସମନ୍ଵୟ ଘଟିଥିବାରୁ, ବୈଷ୍ଣବ ଧର୍ମର ସମସ୍ତ ପର୍ବ ପର୍ବାଣୀ ଓ ଯାନିଯାତ୍ରା ମଧ୍ୟ ଯଥା ବିଧି ବିଧାନ ରେ ପାଳିତ ହୁଏ। ମା ସାରଳା ଙ୍କ ମନ୍ଦିରରେ ରାଧାକୃଷ୍ଣ ମୂର୍ତ୍ତି ପୂଜା ପାଉଥିଲେ ମଧ୍ୟ ଦୋଳଯାତ୍ରା ରେ, ମାଆଙ୍କ ଚଳନ୍ତି ପ୍ରତିମା, ବିଜେ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ଦୋଳ ଦଶମୀ ଦିନ ରାତିରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନିଆଯାଇ, ବିଶ୍ବମ୍ବର ଘାଟ ଠା ରେ ପାଣିଛୁଆଁ ହେଲା ପରେ, ସ୍ଵ ପୀଠକୁ ଫେରି ଆସିଥିବା ବେଳେ ଏକାଦଶୀ ଦିନ , ବଡସରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ପୂଜାମଣ୍ଡପ, ରେ ପୂଜା ପାଇଥିଲେ, ତୃତୀୟ ଦିନରେ ଲଣ୍ଡାଦେଉଳ ନିକଟରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଆ ସାରଳା ଙ୍କ ଦୋଳ ବିମାନ କୁ କେନ୍ଦ୍ର କରି କନକ ପୁର ର ବ୍ରଜବିହାରୀ , ଗୋବିନ୍ଦ ଜୀଉ, ତେନ୍ତୁଳିପଦl ର ଗୋପୀନାଥ ଜୀଉ , ମୁଳିସିଂହ ସହର ର ରସିକଲାଲ ଆଦି ବିଭି୍ନ୍ନ ପ୍ରାନ୍ତରୁ ଆସିଥିବା ଦୋଳମେଲଣ ଅନୁଷ୍ଠିତ ହେଇଥିଲା। ଠାକୁରାଣୀ ଙ୍କ ଚଳନ୍ତି ପ୍ରତିନିଧି ବିଜେ ପ୍ରତିମା ମେଲଣ ପଡିଆରୁ ସ୍ୱପିଠ କୁ ଫେରିବା ବେଳକୁ ରାତି ପାହି ଯାଇଥିବାରୁ, ଏହି ଦିନ ରାତିସାରା ମାଆଙ୍କ ପହୁଡ଼ ଖୋଲା ରଖା ଯାଇଥିଲା। ଦୋଳ ପୂର୍ଣ୍ଣିମା ଦିନ, କନକେଶ୍ୱର ମହାଦେବ ଙ୍କ ମନ୍ଦିର ଠାରୁ ଦଶଘଟ, ସାରଳା ମନ୍ଦିରରେ ପହଞ୍ଚିବା ପରେ, ସମ୍ମୁଖସ୍ଥ ଦୋଳ ମଣ୍ଡପରେ, ଝୁଲଣ ଯାତ୍ରା ପରେ ଦଶଘଟ ମାଆଙ୍କ ସମୂଖରେ ପୂଜାର୍ଚ୍ଚନା କରିବା ପରେ, ଚଳିତ ବର୍ଷର ନୂତନପାଞ୍ଜି ପାଠ , ଆରତୀ ଓ ଭୋଗ ଲାଗି କରାଯାଇଥିଲା । ଗତ ହୋଲିପର୍ବ ଦିନ, ପୁନଶ୍ଚ ସେହି ଦୋଳ ମଣ୍ଡପ ରେ ଯମୁନାସ୍ନାନ ଓ ପୂଜାର୍ଚ୍ଚନା ପରେ ମାଆ ସ୍ୱପିଠ କୁ ପ୍ରତ୍ୟାବର୍ତ୍ତନ କରିଥଲେ । ମାଆ ଶାରଳା ପରମବୈଷ୍ଣବୀ ହୋଇ ଥିବାରୁ, ଶକ୍ତି ପୀଠରେ ଏହା ଏକ ନିଆରା ପରମ୍ପରା ବୋଲି , ସାଧାରଣରେ ଚର୍ଚ୍ଚା ହେଉଛି।

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed