May 10, 2026
ajiro khabar
Share

୧-ଭୁବନେଶ୍ୱର:ହୋଲିରେ ରସାୟନିକ ରଙ୍ଗ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଗାଇଡ ଲାଇନ୍ ଜାରି କଲା କମିଶନରେଟ ପୋଲିସ।

୨-ବିଧାନସଭା ପ୍ରେସ୍‌ ଗ୍ୟାଲେରୀକୁ ମୋବାଇଲ ମନା କଟକଣା ପ୍ରତ୍ୟାହୃତ,ମାତ୍ର ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡ଼ିଂ ମନା।

୩-ଭୁବନେଶ୍ୱର:ପ୍ରଥମ ଥର ୪୦ଂ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ।

୪-ଭୁବନେଶ୍ୱର:ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।

୫-ଗହୀରମଥା ଓ ଭିତର କନିକାରେ ୫୦୫ ଡଲଫିନ, ଚଳିତବର୍ଷ ୩ଟି ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି।

୬-ତାରାଙ୍କ ନିଲମ୍ବନ ପ୍ରସଙ୍ଗରେ ଏକାଠି ହେଲେ କଂଗ୍ରେସ-ବିଜେଡି । ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି।

୭-ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ।

୮-ଭୁବନେଶ୍ୱର:ସକ୍ରିୟ ହେଉଛି କଂଗ୍ରେସ, ବିଜେଡ଼ି ଭାରି ପଡୁଛି, ରାଜ୍ୟ ବିଜେପିର ହେଲାଣି ମୁଣ୍ଡବ୍ୟଥା।

୯-ଓଡ଼ିଶାରେ ଅଣ୍ଡା ଅଭାବ ନେଇ ମାନିଲେ ମନ୍ତ୍ରୀ । ବାର୍ଷିକ ମୁଣ୍ଡପିଛା ଦରକାର ୧୮୦, ହେଲେ ଉତ୍ପାଦନ ହେଉଛି ମାତ୍ର ୮୦।

୧୦-ଭୁବନେଶ୍ୱର:କଟକରେ ପ୍ରତିଷ୍ଠା ହେବ ଦୃଷ୍ଟି ବାଧିତ ବିଶ୍ବବିଦ୍ୟାଳୟ।

୧୧-ଭୁବନେଶ୍ୱର:ଦୂର ହେବ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା; ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା।

୧୨-ଭୁବନେଶ୍ୱର:ହୋଲି ଅବସରରେ ଆଜି ରିଲିଜ ହେବ ଚଳଚ୍ଚିତ୍ର ‘ଘମାଘୋଟ’।

୧୩-କ୍ରୁଟ ବିରୋଧରେ ମୁହଁ ଖୋଲିଥିଲେ ମହିଳା କର୍ମଚାରୀ; କାମ କରୁଛନ୍ତି ହେଲେ ମିଳୁନାହିଁ ଦରମା।

୧୪-ଆଠଗଡ଼:ଶାଳ ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିଶମବାହିନୀ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କର ଅସନ୍ତୋଷ।

୧୫-ବୌଦ୍ଧ,ଭେଜିମାଲ:ବାଇକ୍-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ।

୧୬-ରାଜାଚକ୍ରଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ।

୧୭-ପିପିଲି,ଚନ୍ଦ୍ରଦେଈପୁର:ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ, ୪ଜଣ ଆହତ।

୧୮-ଆମେରିକାରେ ମାନ୍ଦାବସ୍ଥା ଆଶଙ୍କା, ଆହୁରି ଅସ୍ଥିର ହେବ ଭାରତୀୟ ବଜାର।

୧୯-ହାଇଦ୍ରାବାଦ:୨ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ରାତି ଅଧିଆ ଗିରଫ କଲା ପୁଲିସ।

୨୦-ଭାରତକୁ ଧନ୍ୟବାଦ ଦେଲେ ଅୱାମୀ ଲିଗ୍‌ ନେତା: କହିଲେ-‘ପ୍ରଧାନମନ୍ତ୍ରୀ ଭାବେ ଖୁବଶୀଘ୍ର ଫେରିବେ ଶେଖ ହସିନା’

୨୧-ପାକିସ୍ଥାନ:ଟ୍ରେନ ଅପହରଣ ନାଟକ ଶେଷ, ସମସ୍ତ ବିଦ୍ରୋହୀ ନିହତ, ବହୁ ପଣବନ୍ଦୀଙ୍କୁ ହତ୍ୟା।

୨୨-୧୦ ମାସ ପରେ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର।

 *🙏 ସୁପ୍ରଭାତ 🙏*