September 21, 2026

ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରେରଣା ହିଁ କୋମଳମତିଙ୍କୁ ଉଚ୍ଚ ସୋପାନକୁ ନେଇଥାଏ

IMG-20250312-WA0032
Share

 

ସମ୍ବଲପୁର , ତା.୧୧।୦୩: ଜୁଯୋମୁରା ବ୍ଲକ ବ୍ଲକ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାହାମ ଆଦବାସୀ ହାଇସ୍କୁଲ ର ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ,ମୁଖ୍ୟ ବକ୍ତା ଭାବେ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗ ଦେଇ କଠୋର ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ଆଲୋଚନା ମାଧ୍ୟମରେ

ପ୍ରେରଣା ହିଁ କୋମଳମତିଙ୍କୁ ଉଚ୍ଚ ସୋପାନକୁ ନେଇଥାଏ ବୋଲି କହିଥିଲେ।

ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ବିପିନ ବେହେରା, ସ୍କୁଲର ମୁଖ୍ୟ ଉଦ୍ୟୋକ୍ତା ଚମାର ଭୋଇ,ବାହାମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ୟାମ ବାଗ, ପୂର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ, ପୂର୍ବତନ ଶିକ୍ଷକ ମାନଧାତା ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିର୍ମଳ ଗର୍ଡିଆ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ପୂର୍ବରୁ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ଜଳନ ଓ ସ୍ଵାଗତ ସଙ୍ଗୀତ ପରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ସାହୁ ଙ୍କ ବାର୍ଷିକ ବିବରଣୀ ପଠନ କରି ସଭାରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ କିଶୋରୀ ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ସୁବ୍ରତ ସିଂହ ଧନ୍ୟବାଦ ଦେଇଥିଲେ।ଉତ୍ସବ ସଫଳ ରୂପାୟନ ପାଇଁ ଜଶୋବନ୍ତି ମିର୍ଧା, ଗୁଳାପି ଦୀପ, ଲିସା ମିର୍ଦ୍ଧା,ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ।