March 13, 2025

ଆଦିପୁରରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ 

Share

ବୁଗୁଡା : ତା ୧୨//୦୩/୨୫ : ବୁଗୁଡ଼ା ବ୍ଲକର ଆଦିପୁର ଗ୍ରାମରେ ଚନ୍ଦିନୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଏଥି ନିମନ୍ତେ ଗତ ମଙ୍ଗଳବାର ଦିନ ଅଧିବାସ ତଥା କଳସ ଯାତ୍ରା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା । ବୁଧବାର ପ୍ରାତଃକାଳରୁ ନାମାଚାର୍ଯ୍ଯ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏଥିରେ ବି.ବ୍ରହ୍ମପୁର , ଭାମଶ୍ୟାଳି , ମତାଝରି , ଆଦିପୁର ଜେମାଦେଇପୁର ଶାସନ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିବା ଜଣାଯାଇଛି। ଉକ୍ତ ତ୍ରିଦିବସୀୟ ନାମଯଜ୍ଞ ଅବସରରେ ଘୃତଯଜ୍ଞ ଓ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଅଛି। ଏଥିରେ ପୁରୋହିତ ଭାବେ ହିମାଂଶୁ ଶେଖର ଦାଶ ଓ ସୁବାସ ଚନ୍ଦ୍ର ଦାଶ ଏବଂ କର୍ତ୍ତା ଭାବେ କେଶବ ନନ୍ଦ ସସ୍ତ୍ରୀକ ନିୟୋଜିତ ରହିଛନ୍ତି । ତେବେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ନାମଯଜ୍ଞ ଆସନ୍ତା ଶନିବାର ଦିନ ସମାପନ ହେବାକୁ ଯାଉଥିବା ବେଳେ ସେହି ଅବସରରେ ଦଧିଭାଣ୍ଡ ଭଞ୍ଜନ , ନଗର ଭ୍ରମଣ , ଯମୁନା ସ୍ନାନ ଓ ପ୍ରସାଦସେବନ ଆଦି କାର୍ଯ୍ୟକ୍ରମ ରହିଥିବା ନେଇ ଗ୍ରାମ୍ଯ କମିଟି ସଭାପତି ମନୋଜ କୁମାର ସାହୁଙ୍କଠାରୁ ପ୍ରକାଶ ପାଇଛି।